କନକ ନ୍ୟୁଜର ମହାପ୍ରଭାବ । ଚିକେନ୍ ଖାଇ ଚାକିରିରୁ ନିଲମ୍ବିତ ହେଲେ ବ୍ଲକ ଶିକ୍ଷା ଅଧିକାରୀ ବିନୟ ପ୍ରକାଶ ସାଏ । ବଣାଇଁ ତିଲେଇମାଲ ସ୍କୁଲରେ ବିଇଓ ମଧ୍ୟାହ୍ନ ଭୋଜନରେ ପିଲାଙ୍କ ସହ ଭାତ-ଚିକେନ୍ ଖାଇଥିଲେ । ଏନେଇ କନକ ନ୍ୟୁଜରେ ପ୍ରଥମେ ଖବର ପ୍ରସାରଣ ହୋଇଥିଲା । ଏହାପରେ ସୁନ୍ଦରଗଡ଼ ଜିଲ୍ଲାପାଳ ନିଖିଲ ପୱନ କଲ୍ୟାଣ ପଦକ୍ଷେପ ନେଇଛନ୍ତି । ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ ପରେ ବିଇଓ ବିନୟ ପ୍ରକାଶଙ୍କୁ ଚାକିରିରୁ ନିଲମ୍ବିତ କରିଛନ୍ତି ଜିଲ୍ଲାପାଳ ।
କୁନି କୁନି ସ୍କୁଲ ପିଲାଙ୍କ ସାମ୍ନାରେ ଶିକ୍ଷକ, ପ୍ରଧାନଶିକ୍ଷକ ଏବଂ ବ୍ଲକ୍ ଶିକ୍ଷା ଅଧିକାରୀ ଭାତ, ଚିକେନ୍, ସାଲାଟ୍ ଖାଉଥିବେ ଏବଂ ପିଲାଙ୍କୁ ପରସି ଦିଆଯାଇଥିବ ଭାତ-ଡାଲି । ଏହି କୁନି କୁନି ପିଲାଙ୍କ ଭିତରେ କ’ଣ ବିତୁଥିବ ସେନେଇ ଏକ ସମ୍ବେଦନଶୀଳ ଘଟଣା ଲୋକଙ୍କୁ ବିଚଳିତ କରିଥିଲା । ମଧ୍ୟାହ୍ନ ଭୋଜନ କାର୍ଯ୍ୟକ୍ରମ କେମିତି ଚାଲିଛି ତଦାରଖ ପାଇଁ ଆସିଥିବା ବଣେଇ ବ୍ଲକ୍ ଶିକ୍ଷା ଅଧିକାରୀଙ୍କୁ କିଭଳି ଚିକେନ୍ ବାଢ଼ି ଦିଆଯାଇଥିଲା ସେନେଇ ସାଧାରଣରେ ପ୍ରତିକ୍ରିୟା ପ୍ରକାଶ ପାଇଥିଲା ।
#କନକ_ନ୍ୟୁଜର_ମହାପ୍ରଭାବ
ଚିକେନ୍ ଖାଇଲେ, ନିଲମ୍ବିତ ହେଲେ
ତିଲେଇମାଲ ସ୍କୁଲରେ ବ୍ଲକ ଶିକ୍ଷାଧିକାରୀ ଚିକେନ୍ ଖାଇବା ଘଟଣା । ବିନୟ ପ୍ରକାଶ ସାଏଙ୍କୁ ନିଲମ୍ବିତ କଲେ ଜିଲ୍ଲାପାଳ । ମଧ୍ୟାହ୍ନ ଭୋଜନରେ ପିଲାଙ୍କ ସାମ୍ନାରେ ଚିକେନ୍ ଖାଇଥିଲେ ବିଇଓ, ଏନେଇ କନକ ନ୍ୟୁଜରେ ପ୍ରଥମେ ଖବର ପ୍ରସାରଣ ହୋଇଥିଲା @DMSundargarh#BEOSuspendpic.twitter.com/qKirilyxVV— Kanak News (@kanak_news) October 11, 2019
ଅନ୍ୟପଟେ ଜଣେ ସରକାରୀ ଅଫିସରଙ୍କୁ କୁନି କୁନି ପିଲା ସାମ୍ନାରେ କିଭଳି ଚିକେନ୍ ପରସା ଗଲା ଆଉ ତାଙ୍କୁ କ’ଣ ପାଇଁ ଭବ୍ୟ ସ୍ୱାଗତ କରଗଲା ସେନେଇ କନକ ନ୍ୟୁଜରେ ଖବର ପ୍ରସାରିତ ହୋଇଥିବା ଜିଲ୍ଲାପାଳଙ୍କ ଚିଠିରେ ଉଲ୍ଲେଖ ରହିଛି । ଏବଂ ଏହି ଖବର ପରେ ସେ ବିଇଓଙ୍କୁ ନିଲମ୍ବିତ କରିଥିବା ଜିଲ୍ଲା କାର୍ଯ୍ୟାଳୟ ତରଫରୁ ନିର୍ଦ୍ଦେଶନାମା ଜାରି କରିଛନ୍ତି ।