କନକ ବ୍ୟୁରୋ : ଭିଜିଲାନ୍ସ ଜାଲରେ କନିଷ୍ଠ କିରାଣି । କେନ୍ଦୁଝର ବାଂଶପାଳ ବିଇଓଙ୍କ କାର୍ଯ୍ୟାଳୟରେ କାମ କରୁଥିବା କନିଷ୍ଠ କିରାଣି ଗଙ୍ଗାଧର ସାହୁଙ୍କ ଘରେ ରେଡ଼ । ଆୟବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ ଗଙ୍ଗାଧର ସାହୁଙ୍କ ସରକାରୀ ବାସଭବନ ସମେତ ୫ଟି ସ୍ଥାନରେ ରେଡ଼ କରିଛି ଭିଜିଲାନ୍ସ । କେନ୍ଦୁଝର ସହରରେ ଥିବା ୩ ମହଲା କୋଠା, ତେଲକୋଇରେ ଥିବା ସମ୍ପର୍କୀୟକଙ୍କ ଘର, ବାଂଶପାଳରେ ଥିବା ଅଫିସ ଓ ତାଳପଡ଼ା ସ୍ଥିତ ପୈତୃକ ଘରେ ଚଢଉ କରିଛି ଭିଜିଲାନ୍ସ । ଏହି ଚଢଉରେ ୩ଜଣ ଡିଏସପି, ୫ଜଣ ଇନିସପେକ୍ଟର, ୨ଜଣ ଏଏସଆଇ ସାମିଲ ହୋଇଛନ୍ତି ।

Advertisment