ପ୍ରଚାର ମୈଦାନକୁ ଓହ୍ଲାଇଲେ ବେଣୁ ମଉସା : କହିଲେ, ଲୋକଙ୍କୁ ଦେବା ପାଇଁ ମୋ ପାଖରେ କିଛି ନାହିଁ… ମୋର ମୁହଁ, ଲୋକଙ୍କର ମନ ମତେ ଜିତାଇବ

ପ୍ରଚାର ପାଇଁ ଆସିବେ ରାନୀ ପଣ୍ଡା ଏବଂ ଅନ୍ୟ ଯାତ୍ରା କଳାକାର

183

କନକ ବ୍ୟୁରୋ : ବାଲେଶ୍ୱର ସଦରର ଉପନିର୍ବାଚନ ମୈଦାନରେ ଏଥର ପ୍ରଚାର ଜୋର କରିଛନ୍ତି ସ୍ୱାଧୀନ ପ୍ରାର୍ଥୀ ବେଣୁଧର ବାରିକ । ଏବେ ବିଭିନ୍ନ ସଂଗଠନ ନିଜ ଆଡୁ ବାହାରି ବେଣୁଧରଙ୍କ ପାଇଁ ପ୍ରଚାର କରୁଛନ୍ତି । ଏବେ ବେଣୁଧରଙ୍କ ପାଇଁ ପ୍ରଚାର କରିବାକୁ ଏକ ଅଟୋ ବାହାରିଛି । ଅଟୋରେ ଲାଗିଛି ବେଣୁଧରଙ୍କ ନିର୍ବାଚନୀ ଚିହ୍ନର ବ୍ୟାନର । ଆଉ ଅଟୋ ଭିତରେ ଜଣେ ବ୍ୟକ୍ତି ମାଇକ ଯୋଗେ ପ୍ରଚାର କରୁଛନ୍ତି ।

ଆଗରୁ ବେଣୁଧର ସାଇକେଲରେ ବୁଲି ବୁଲି କରୁଥିଲେ ପ୍ରଚାର । ଆଗକୁ ଅଭିନେତା ଓ କଳାକାର ତାଙ୍କ ସହିତ ଭୋଟ ଭିକ୍ଷା କରିବାକୁ ଆସିବେ । ତେବେ ନିର୍ବାଚନ ଜିତିଲେ , ସ୍ଥାନୀୟ ଅଂଚଳର କଥାକୁ ଗୁରୁତ୍ୱ ଦେବେ ବୋଲି କହିଛନ୍ତି ବେଣୁଧର ।

Comments are closed.