କନକ ବ୍ୟୁରୋ : ବାଲେଶ୍ୱର ସଦରର ଉପନିର୍ବାଚନ ମୈଦାନରେ ଏଥର ପ୍ରଚାର ଜୋର କରିଛନ୍ତି ସ୍ୱାଧୀନ ପ୍ରାର୍ଥୀ ବେଣୁଧର ବାରିକ । ଏବେ ବିଭିନ୍ନ ସଂଗଠନ ନିଜ ଆଡୁ ବାହାରି ବେଣୁଧରଙ୍କ ପାଇଁ ପ୍ରଚାର କରୁଛନ୍ତି । ଏବେ ବେଣୁଧରଙ୍କ ପାଇଁ ପ୍ରଚାର କରିବାକୁ ଏକ ଅଟୋ ବାହାରିଛି । ଅଟୋରେ ଲାଗିଛି ବେଣୁଧରଙ୍କ ନିର୍ବାଚନୀ ଚିହ୍ନର ବ୍ୟାନର । ଆଉ ଅଟୋ ଭିତରେ ଜଣେ ବ୍ୟକ୍ତି ମାଇକ ଯୋଗେ ପ୍ରଚାର କରୁଛନ୍ତି ।
ଆଗରୁ ବେଣୁଧର ସାଇକେଲରେ ବୁଲି ବୁଲି କରୁଥିଲେ ପ୍ରଚାର । ଆଗକୁ ଅଭିନେତା ଓ କଳାକାର ତାଙ୍କ ସହିତ ଭୋଟ ଭିକ୍ଷା କରିବାକୁ ଆସିବେ । ତେବେ ନିର୍ବାଚନ ଜିତିଲେ , ସ୍ଥାନୀୟ ଅଂଚଳର କଥାକୁ ଗୁରୁତ୍ୱ ଦେବେ ବୋଲି କହିଛନ୍ତି ବେଣୁଧର ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/10/19-28.jpg)