ଶୀତୁଆ ସକାଳରେ କଅଁଳ ଖରାରେ ବସିଲେ ମିଳିବ ଏହିସବୁ ଫାଇଦା

ଶୀତ ଦିନେ ଖରାରେ ବସିଲେ ମିଳିବ ଫାଇଦା

186

କନକ ବ୍ୟୁରୋ : ଶୀତ ଦିନେ ସକାଳ ସମୟରେ କଅଁଳ ଖରାରେ ବସିବାର ମଜା ଅଲଗା ରହିଥାଏ । କିଛି ଲୋକ ସକାଳ ସମୟରେ ହେଉଥିବା ଶୀତର ପ୍ରକୋପରୁ ବଞ୍ଚିବା ପାଇଁ କଅଁଳ ଖରାରେ ଯାଇ ବସିଥାନ୍ତି । କିନ୍ତୁ ସକାଳର କଅଁଳ ଖରା ଶୀତରୁ ରକ୍ଷା କରିବା ସହ ଶରୀରର ଅନେକ ସମସ୍ୟା ମଧ୍ୟ ଦୂର କରିଥାଏ । ଆଜି ଆମେ ସେହି ସବୁ ଫାଇଦା ବିଷୟରେ ଆପଣଙ୍କୁ ଜଣାଇବାକୁ ଯାଉଛୁ ।

୧.ଶୀତ ଦିନେ ଅଧିକ ଥଣ୍ଡା ହେତୁ ହାତ-ଗୋଡ଼ ବଧିର ହୋଇ ଯାଇଥାଏ । ଫଳରେ କୌଣସି କାମ କରିବାକୁ ଇଚ୍ଛା ହୋଇ ନଥାଏ । ଏଭଳି ପରିସ୍ଥିତିରେ ସକାଳର କଅଁଳ ଖରା ଆଗରେ ୨ ମିନିଟ୍ ବସିବା ପରେ ଶରୀରରେ ଫୁର୍ତ୍ତି ଅନୁଭବ ହୋଇଥାଏ ।

 

୨.ସକାଳ ସମୟରେ କଅଁଳ ଖରାରେ ବସିବା ଦ୍ୱାରା ଶରୀରକୁ ପ୍ରଚୁର ପରିମାଣରେ ଭିଟାମିନ୍ ଡ଼ି ମିଳିଥାଏ । ପ୍ରତିଦିନ ସକାଳ ଏବଂ ସଂନ୍ଧ୍ୟା ସମୟରେ ୧୦-୧୫ମିନିଟ୍ ସୂର୍ଯ୍ୟକିରଣର ସଂସ୍ପର୍ଶରେ ଆସିବା ଦ୍ୱାରା ଶରୀରରେ ଭିଟାମିନ୍ ଡ଼ିର ସ୍ତର ୯୦ପ୍ରତିଶତ ପର୍ଯ୍ୟନ୍ତ ବଢ଼ି ଯାଇଥାଏ । ପ୍ରତିଦିନ ଏପରି କରିବା ଦ୍ୱାରା ଆଣ୍ଠୁ-ଗଣ୍ଠିର ସମସ୍ୟା ମଧ୍ୟ ଦୂର ହୋଇଥାଏ ।

୩.ମଧୁମେହ ରୋଗୀ ଏବଂ ହୃଦରୋଗୀମାନେ ଶୀତ ଦିନିଆ କଅଁଳ ଖରାରେ ବସିବା ଦ୍ୱାରା ସେମାନଙ୍କୁ ଅନେକ ଲାଭ ମିଳିଥାଏ ।

 

୪.ଶୀତ ଦିନେ ସକାଳର କଅଁଳ ଖରାରେ ୧୫ମିନିଟ୍ ବସିବା ଦ୍ୱାରା ଭଲ ନିଦ ହୋଇଥାଏ । ଯେଉଁମାନଙ୍କୁ ଶୀତ ଦିନେ ଶୋଇବାରେ ଅସୁବିଧା ଅନୁଭବ ହେଉଛି ସେମାନେ ଏହି ଉପାୟ ଆପଣାଇ ପାରିବେ ।