ଉତ୍ତମ ସ୍ୱାସ୍ଥ୍ୟ ପାଇଁ ବରଦାନ ଭଳି କାମ କରେ ଅଳସୀ ମଞ୍ଜି, ମେଦ ବହୁଳତା, ହୃଦରୋଗ ଓ ମଧୁମେହ ରୋଗୀ ଏଭଳି କରନ୍ତୁ ବ୍ୟବହାର

323

କନକ ବ୍ୟୁରୋ : ଆମ ଚାରିପାଖରେ ଏମିତି କିଛି ବୃକ୍ଷଲତା ରହିଛି ଯାହାକୁ ବ୍ୟବହାର କରି ଆମେ ଅନେକ ରୋଗକୁ ନିୟନ୍ତ୍ରଣ କରିପାରିବା । ହେଲେ ଆପଣ କେବେ ଚିନ୍ତା କରିଛନ୍ତି କି ଆପଣ ଦେଖୁଥିବା ଅଳସୀ ଫୁଲ ଓ ମଞ୍ଜିକୁ ବ୍ୟବହାର କରି ଆପଣ ଅନେକ ବଡ ବଡ ରୋଗରୁ ଉପଷମ ପାଇପାରିବେ । ତେବେ ଆଜି ଆସନ୍ତୁ ଜାଣିବ ଅଳସୀ ମଞ୍ଜିର ଉପକାରିତା ।

 

ଅଳସୀ ମଞ୍ଜିକୁ ଇଂଗ୍ରାଜୀରେ ଫ୍ଲେକ୍ସ ସିଡସ ବୋଲି କୁହାଯାଇଥାଏ । ଆପଣଙ୍କ ସ୍ୱାସ୍ଥ୍ୟପାଇଁ ଏହି ଅଳସୀ ମଞ୍ଜି ବେସ୍ ଲାଭଦାୟକ । ଓଜନ କମାଇବା, ତ୍ୱଚାରେ ଚମକ ଆଣିବା, ଚୁଟିକୁ ମଜବୁତ କରିବା, ହଜମ ଶକ୍ତି ବୃଦ୍ଧି କରିବା, ହୃଦରୋଗ ଓ ମଧୁମେହ ରୋଗୀଙ୍କ ପାଇଁ ଏହି ମଞ୍ଜି ବେସ ଲାଭଦାୟକ ।

ଅଳସୀ ମଞ୍ଜି ଖାଇବା ଦ୍ୱାରା ହୃଦରୋଗ ସମ୍ବନ୍ଧିତ ରୋଗୀଙ୍କୁ ଲାଭ ମିଳିଥାଏ । ଏହି ମଞ୍ଜି ସେବନ କଲେ ଶରୀରରେ କୋଲଷ୍ଟରଲ କମ ହୋଇଥାଏ । ଅଳସୀ ମଞ୍ଜି ସେବନ ଦ୍ୱାରା ମଧୁମେହ ଓ ରକ୍ତଚାପ କଣ୍ଟ୍ରୋଲରେ ରହିଥାଏ ।

ଅଳସୀ ମଞ୍ଜିରେ ଭରପୁର ନ୍ୟୁଟ୍ରେସନ ଥିବାରୁ ଏହାକୁ ଖାଇବା ଦ୍ୱାରା ଆପଣଙ୍କ ତ୍ୱଚାରେ ଚମକ ବଢିଥାଏ । ଏହାସହ ଅନେକ ପ୍ରକାରର ଚର୍ମରୋଗ ଭଲ ହୋଇଥାଏ ବୋଲି ବିଶେଷଜ୍ଞମାନେ ମତ ଦେଇଥାନ୍ତି ।

 

ଅଳସୀ ମଞ୍ଜି ଖାଇବା ଦ୍ୱାରା ଶରୀରକୁ ଆଇରନ, ପୋଟାସିୟମ, ଫସଫରସ, କାଲସିୟମ, ମୋଡିୟମ, ଫାଇଭର ଓ ଓମେଗା-୩ ଭଳି ପୋଷକ ତତ୍ତ୍ୱ ମିଳିଥାଏ ।

ଅଳସୀ ମଞ୍ଜି ଖାଉଥିବା ଲୋକଙ୍କ ଠାରେ ହଜମ ଶକ୍ତି ଅଧିକ ହୋଇଥାଏ । କାରଣ ଏହି ମଞ୍ଜି ରୁ ମିଳୁଥିବା ନ୍ୟୁଟ୍ରେସନ ଓ ମିନେରାଲ୍ସ ପେଟରେ ଭଲ କିଟାଣୁ ସଂଖ୍ୟା ବୃଦ୍ଧି କରୁଥିବାରୁ ହଜମ ଶକ୍ତି ବୃଦ୍ଧି ପାଇଥାଏ ।

ସେପଟେ ଅଳସୀ ମଞ୍ଜିରେ ଥିବା ପୋଷକ ତତ୍ତ୍ୱ ଆପଣଙ୍କ ଶରୀରର ସୁଗାର ସ୍ତରକୁ କଣ୍ଟ୍ରୋଲ କରିବା ସହ ରକ୍ତଚାପକୁ ନିୟନ୍ତ୍ରିତ କରିଥାଏ ।