ବେଙ୍ଗାଳୁରୁରେ କରୋନା ସ୍ଥିତି ଅଣାୟତ । ପ୍ରତି ୨ ଜଣରେ ଜଣେ କରୋନା ପଜିଟିଭ ଚିହ୍ନଟ । ୫୫ ପ୍ରତିଶତରେ ପହଞ୍ଚିଲା ପଜିଟିଭ ରେଟ୍

381

କନକ ବ୍ୟୁରୋ: ବେଙ୍ଗାଳୁରୁରେ କରୋନା ସ୍ଥିତି ଗମ୍ଭୀର ହେବାରେ ଲାଗିଛି । କରୋନା ଟେଷ୍ଟ କରୁଥିବା ପ୍ରତି ଦୁଇ ଜଣରେ ଜଣେ କରୋନା ପଜିଟିଭ ବାହାରୁଛନ୍ତି । ସହରରେ ପଜିଟିଭ ରେଟ ବର୍ତ୍ତମାନ ସୁଦ୍ଧା ୫୫ ପ୍ରତିଶତରେ ପହଞ୍ଚିଛି । ସେହିପରି ସକ୍ରିୟ ବ୍ୟକ୍ତିଙ୍କ ସଂଖ୍ୟା ୩ ଲକ୍ଷ ପାର ହୋଇ ସାରିଛି । ତେବେ ଏତେ ଦ୍ରୁତ ଗତିରେ କରୋନା ସଂକ୍ରମଣ ବଢିବା ବର୍ତ୍ତମାନ କର୍ଣ୍ଣାଟକ ସରକାରଙ୍କ ପାଇଁ ଚିନ୍ତାର ବିଷୟ ପାଲଟିଛି ।

ମଙ୍ଗଳବାର ବେଙ୍ଗାଳୁରୁରେ ୨୦, ୮୭୦ କରୋନା ସଂକ୍ରମଣର ନୂଆ ମାମଲା ସାମ୍ନାକୁ ଆସିଥିଲା । ୧୩୨ ଜଣଙ୍କର ମୃତ୍ୟୁ ହୋଇଥିଲା । ସେହିପରି ଆଜି ୪୪, ୬୩୨ ମାମଲା ସାମ୍ନାକୁ ଆସିଥିବା ବେଳେ ୨୯୨ ଜଣଙ୍କର ମୃତ୍ୟୁ ହୋଇଛି । ଏହାସହ କେଉଁଠି ବେଡ ଯୋଗୁଁ ତ କେଉଁଠି ଅକ୍ସିଜେନ ଯୋଗୁଁ ପ୍ରତିଦିନ ଲୋକମାନଙ୍କର ମୃତ୍ୟୁ ହେଉଛି । ସେପଟେ ରାଜ୍ୟରେ ଟିକାକରଣ ମଧ୍ୟ ୧୦ ହଜାରରୁ କମ ହେବାରେ ଲାଗିଛି ।

ଏଭଳି ସ୍ଥିତିରେ ବେଙ୍ଗାଳୁରୁରେ ଟେଷ୍ଟିଂ ସଂଖ୍ୟା ମଧ୍ୟ ୧ ଲକ୍ଷରୁ କମ କରି ୪୦ ହଜାର କରିଦିଆଯାଇଛି । ଅର୍ଥାତ ପ୍ରିତିଦିନ ୪୦ ହଜାରରୁ ୬୦ ହଜାର ଲୋକଙ୍କ କରୋନା ଟେଷ୍ଟ କରାଯାଉଛି । ସେପଟେ ରୋଗୀମାନଙ୍କୁ ପ୍ରତିଦିନ ବେଡ ଓ ଅକ୍ସିଜେନ ସମସ୍ୟା ମଧ୍ୟ ବୋଗୀବାକୁ ପଡୁଛି । ସ୍ୱାସ୍ଥ୍ୟ ବିଭାଗର ସୁତ୍ର ଅନୁସାରେ ପ୍ରତିଦିନ ୪,୫୦୦ କଲ ଆସୁଛି,ସେମାନଙ୍କ ମଧ୍ୟରୁ ୧୫୦୦ରୁ ୧୭୦୦ ଲୋକଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଉଛି ।