କନକ ବ୍ୟୁରୋ : ଭୁବନେଶ୍ୱରରେ ବାଙ୍ଗାଲୁରୁ ପୁଲିସ । ଠକେଇ ଅଭିଯୋଗରେ ଭୁବନେଶ୍ୱରରୁ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ବାଙ୍ଗାଲୁରୁ ପୁଲିସର ସ୍ୱତନ୍ତ୍ର ଟିମ୍ । ସଫ୍ଟୱେୟାର କମ୍ପାନୀରେ ଚାକିରି କରାଇ ଦେବାକୁ କହି ୨୦ ଲକ୍ଷ ଟଙ୍କା ଠକେଇ ଅଭିଯୋଗରେ ଏମାନଙ୍କୁ ଗିରଫ କରାଯାଇଛି । ୩ ଅଭିଯୁକ୍ତଙ୍କ ମଧ୍ୟରେ ୨ ଜଣ ଓଡିଆ ଅଛନ୍ତି ।

Advertisment

ବାଙ୍ଗାଲୁରୁରେ ଅଭିଯୋଗ ହେବା ପରେ ଭୁବନେଶ୍ୱର ଚନ୍ଦ୍ରଶେଖରପୁର ପୁଲିସ ସହଯୋଗରେ ଅଭିଯୁକ୍ତଙ୍କ ପାଖରେ ପହଂଚି ପାରିଛି ପୁଲିସ । ୨୦୧୮ରୁ ବାଙ୍ଗାଲୁରୁ ପୁଲିସ ପାଇଁ ମୋଷ୍ଟୱାଂଟେଡ୍ ଥିବା ଅଭିଯୁକ୍ତଙ୍କୁ ପ୍ରଥମେ ଚନ୍ଦ୍ରଶେଖରପୁର ପୁଲିସ ଗିରଫ କରିଥିଲା । ପରେ ବାଙ୍ଗାଲୁରୁ ପୁଲିସକୁ ହସ୍ତାନ୍ତର କରାଯାଇଛି । ୩ ଅଭିଯୁକ୍ତଙ୍କୁ ଟ୍ରାଂଜିଟ୍ ରିମାଣ୍ଡରେ ନେବ ବାଙ୍ଗାଲୁରୁ ପୁଲିସ ।