କନକ ବ୍ୟୁରୋ: ବେଙ୍ଗାଲୁରରୁୁ ୫ ସନ୍ଦିଗ୍ଧଙ୍କୁ ଗିରଫ କରିଛି ସେଣ୍ଟ୍ରାଲ କ୍ରାଇମବ୍ରାଞ୍ଚ ପୁଲିସ । ଦେଶଦ୍ରୋହୀ ଗିତିବିଧିରେ ସାମିଲ ହେବା ଏବଂ ବେଙ୍ଗାଲୁରୁରେ ବିସ୍ଫୋରଣ କରିବା ସନ୍ଦେହରେ ୫ ଜଣଙ୍କୁ ଗିରଫ କରାଯାଇଛି । ସେମାନଙ୍କ ନିକଟରୁ ବିପୁଳ ମାତ୍ରାରେ ବିସ୍ଫୋରକ ଜବତ ହୋଇଛି ।

Advertisment

ସିସିବି ଓ ସିଆଇଡିର ଜଏଣ୍ଟ ଅପରେସନରେ ଜୁନୈଦ, ସୋହେଲ, ଉମର ସମେତ ୫ଣଙ୍କୁ ଗିରଫ କରାଯାଇଛି । ସେମାନଙ୍କୁ ଜେରା କରାଯାଉଛି । ଏମାନଙ୍କ ସହ ଅନ୍ୟ ଦୁଇ ସନ୍ଦିଗ୍ଧ ସାମିଲ ଥିବା ଅନୁମାନ କରାଯାଉଛି । ଏମାନେ ବେଙ୍ଗାଲୁରୁ ବିସ୍ଫୋରଣ କରିବାକୁ ଯୋଜନା କରିଥିଲେ । ସୂଚନା ମୁତାବକ, ଏମାନେ ୨୦୧୭ରେ ହତ୍ୟା ମାମଲାରେ ଅଗ୍ରହରା ସେଣ୍ଟ୍ରାଲ ଜେଲରେ ଥିଲେ । ଏହି ସମୟରେ ଏମାନେ ଆତଙ୍କବାଦୀଙ୍କ ସମ୍ପର୍କରେ ଆସିଥିଲେ ।