କନକ ବ୍ୟୁରୋ : ପୁଷ୍ପା ସିନେମାରେ ନାୟକ ଅଲ୍ଲୁ ଅର୍ଜୁନଙ୍କ ଷ୍ଟାଇଲ ଏବେ ସମସ୍ତଙ୍କୁ ଘାରିଛି । କିଏ ନାଚୁଛି ତ କିଏ ପୁଷ୍ପା ସିନେମାର ସଂଳାପ କହି ସୋସିଆଲ ମିଡିଆରେ ପୋଷ୍ଟ କରୁଛି । ହେଲେ ଏହି ଷ୍ଟାଇଲରେ ବି ଏବେ ଚୋରମାନେ ଚୋରୀ କରିବା ଆରମ୍ଭ କରିଛନ୍ତି । ବେଙ୍ଗାଲୋରର ଏକ କାଠ ମାଫିଆ ବି ପୁଷ୍ପା ସିନେମାରୁ ଅନୁପ୍ରାଣିତ ହୋଇ ସେହି ଢଙ୍ଗରେ ଚନ୍ଦନ କାଠ ଚୋରୀ କରୁଥିବା ବେଳେ ତାକୁ ପୋଲିସ ଗିରଫ କରିଛି ।
ସୂଚନା ମୁତାବକ ବେଙ୍ଗାଲୋର ଜଣେ ଡ୍ରାଇଭର ପୁଷ୍ପା ଫିଲ୍ମରୁ ଅନୁପ୍ରାଣିତ ହୋଇ ସମାନ ତରିକାରେ ଚନ୍ଦନ କାଠ ଚୋରୀ କରୁଥିବା ବେଳେ ତାକୁ ଗାଡି ସହ ଗିରଫ କରିଛି ମହାରାଷ୍ଟ ପୋଲିସ । ୟାସିନ ଇନାଇଥୁଲ୍ଲା ନାମକ ଏହି ଡ୍ରାଇଭର ଜଣଙ୍କ କର୍ଣ୍ଣାଟକର ଅନ୍ଧରା ସୀମାରୁ ଚନ୍ଦନ କାଠ ବୋଝେଇ ଟ୍ରକକୁ ମହାରାଷ୍ଟ୍ର ରାସ୍ତାରେ ନେଇ ଯାଉଥିବା ବେଳେ ମେରଜ ନଗର ଗାନ୍ଧୀ ଛକ ନିକଟରେ ତାକୁ ପୋଲିସ ଅଟକାଇଥିଲା । ଏହାପରେ ପୋଲିସ ସଂପୃକ୍ତ ଟ୍ରକରୁ ୨.୪୫ କୋଟି ଟଙ୍କାର ରକ୍ତ ଚନ୍ଦନ କାଠ ଜବତ କରିଥିବା ଜଣାପଡିଛି ।
କାଠ ମାଫିଆ ଜଣଙ୍କ ଟ୍ରକରେ ପ୍ରଥମେ ରକ୍ତ ଚନ୍ଦନ କାଠ ବୋଝେଇ କରି ତା ଉପରେ କ୍ଷୀର ଟାଙ୍କି ରଖିଦେଇଥିଲା । ଏହାକୁ ନେଇ ସେ କୌଣସି ପ୍ରକାର କର୍ଣ୍ଣାଟକ ସୀମା ପାର କରିଯାଇଥିଲା । ହେଲେ ଏହାପରେ ସେ ମହାରାଷ୍ଟ୍ର ପୋଲିସ ହାତରେ ଧରାପଡିଛି । ଏନେଇ ଏବେ ପୋଲିସ ସଂପୃକ୍ତ କାଠ ମାଫିଆକୁ ଗିରଫ କରି ଏହି ଗ୍ୟାଙ୍ଗରେ ଅନ୍ୟ କେଉଁମାନେ ଅଛନ୍ତି ସେ ନେଇ ପଚରା ଉଚରା କରୁଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2022/02/34-2.jpg)