ମନ ଜିଣୁଛନ୍ତି ଜୁସ୍ ଦୋକାନୀ : ଗ୍ରାହକଙ୍କୁ ପ୍ଲାଷ୍ଟିକ୍ ବଦଳରେ ଫଳ ଖୋଳରେ ଦେଉଛନ୍ତି ଜୁସ୍ , ପରିବେଶ ପାଇଁ ପ୍ଲାଷ୍ଟିକ ବର୍ଜନ କରିଛନ୍ତି ଜୁସ୍ ଦୋକାନୀ 

837

ନିତିଦିନିଆ ଜୀବନରେ ପ୍ଲାଷ୍ଟିକ୍ ଏକ ଏଭଳି ପଦାର୍ଥ ହୋଇଯାଇଛି ଯେ ପ୍ରତି କ୍ଷେତ୍ରରେ ଆମକୁ ପ୍ଲାଷ୍ଟିକର ବ୍ୟବହାର କରିବାକୁ ହିଁ ପଡୁଛି । ଶରୀର ପ୍ରତି ହାନିକାରକ ଜାଣି ବି ଆମେ ପ୍ଲାଷ୍ଟିକର ସଂସ୍ପର୍ଶରେ ଆସିଥାଉ । ପ୍ଲାଷ୍ଟିକର ବ୍ୟବହାର ବଢିବା କାରଣରୁ ପରିବେଶ ଦୂଷିତ ହେବା ସହିତ ଲୋକମାନେ ନାନା ପ୍ରକାରର ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ପଲିଥିନ ଓ ପ୍ଲାଷ୍ଟିକ ଏବେ ପ୍ରଦୂଷଣର ଚିନ୍ତା ବୃଦ୍ଧି କରୁଛି ।

ଆମ ଶରୀରକୁ ପ୍ରବେଶ କରି ଫୁସଫୁସ ଏବଂ ଅନ୍ୟାନ୍ୟ ଆଭ୍ୟନ୍ତରୀଣ ଅଙ୍ଗକୁ ହାନି ପହଞ୍ଚାଇବା ସହିତ କ୍ୟାନସର ଭଳି ମୁଖ୍ୟ କାରଣ ମଧ୍ୟ ପାଲଟିଛି । କେବଳ ମନୁଷ୍ୟ ନୁହେଁ ପଶୁପକ୍ଷୀମାନେ ମଧ୍ୟ ଏହା ଦ୍ୱାରା ମୃତ୍ୟୁବରଣ କରୁଛନ୍ତି । ଏହାକୁ ନେଇ ସଚେତନ କାର୍ଯ୍ୟକ୍ରମମାନ ହେଉଥିଲେ ମଧ୍ୟ କଥା ଯାହାକୁ ସେଇଆ । ତେବେ କର୍ଣ୍ଣାଟକରେ ଜଣେ ଜୁସ୍ ଦୋକାନୀ ପ୍ଲାଷ୍ଟିକକୁ ସବୁଦିନ ପାଇଁ ଟାଟା ବାୟ ବାୟ… କରିଥିବା ଏବେ ନଜରକୁ ଆସିଛି ।

 

ଗ୍ରାହକଙ୍କୁ ପ୍ଲାଷ୍ଟିକ ବଦଳରେ ପଇଡ , ତରଭୂଜ ଭଳି ଖୋଳରେ ଜୁସ୍ ପିଇବାକୁ ଦେଉଛନ୍ତି ଏହି ଦୋକାନୀ । ସୂଚନାନୁସାରେ, ମାଲେଶ୍ୱରମ ଠାରେ ‘ଇଟ୍ ରାଜା’ ନାମକ ଏକ ଜୁସ୍ ଦୋକାନ ରହିଛି ଏବଂ ସେଠାରେ ଦୋକାନୀ ଜଣଙ୍କ ଏଭଳି ନିଆରା ଉପାୟ ଅବଲମ୍ବନ କରୁଥିବା ଦେଖିବାକୁ ମିଳିଛି । ଯାହା ଫଳରେ ପ୍ଲାଷ୍ଟିକ ବ୍ୟବହାର କରିବାକୁ ପଡୁନାହିଁ ।

ଏଥିରେ ଗ୍ରାହକଙ୍କ ସ୍ୱାସ୍ଥ୍ୟ ଖରାପ ହେବାର ମଧ୍ୟ କୌଣସି ସମ୍ଭାବନା ନାହିଁ । ଦୋକାନୀଙ୍କ କହିବା ମୁତାବକ, ପ୍ଲାଷ୍ଟିକ ପରିବେଶକୁ ପ୍ରଦୂଷିତ କରିବାରେ ଲାଗିଛି । ଗ୍ରାହକଙ୍କୁ ପ୍ଲାଷ୍ଟିକ ବଦଳରେ କଟା ଫଳର ଖୋଳରେ ମଧ୍ୟ ଜୁସ ଦିଆଯାଇପାରିବ । ଏଥିରେ ପଶୁମାନଙ୍କୁ ମଧ୍ୟ ସହଜରେ ଖାଇବାକୁ ଦିଆଯାଇପାରିବ । ଗ୍ରାହକ ମଧ୍ୟ ତାଙ୍କର ଏଭଳି ନିଆରା ଢଙ୍ଗକୁ ଖୁବ୍ ପ୍ରସଂଶା କରୁଥିବା ଦୋକାନୀ କୁହନ୍ତି ।