କନକ ବ୍ୟୁରୋ :ବେଙ୍ଗାଳୁରୁରେ ଓମିକ୍ରନ୍ ଚିହ୍ନଟ ଡାକ୍ତରଙ୍କ ସଂସ୍ପର୍ଶରେ ଆସିଥିବା ୫ ଜଣ କରୋନା ପଜିଟିଭ୍ ହୋଇଛନ୍ତି । ଦୁଇ ଜଣ ପରିବାର ସଦସ୍ୟ ଓ ତାଙ୍କର ଜଣେ ସହଯୋଗୀ କରୋନା ପଜିଟିଭ୍ ହୋଇଛନ୍ତି । ଡାକ୍ତରଙ୍କ ପତ୍ନୀ ମଧ୍ୟ ଜଣେ ଡାକ୍ତର । ସେ ଓ ତାଙ୍କ ୧୩ ବର୍ଷର ଝିଅ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ୬ ବର୍ଷର ପୁଅର ରିପୋର୍ଟ ନେଗେଟିଭ୍ ଆସିଛି । ସେହିପରି ଡାକ୍ତରଙ୍କ ସହଯୋଗୀ, ତାଙ୍କ ପତ୍ନୀ ଓ ଶ୍ୱଶୂର ମଧ୍ୟ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଜଣଙ୍କ ନିକଟରୁ ୫ ଜଣ ସଂକ୍ରମିତ ହୋଇଥିବା ବେଳେ ସେମାନଙ୍କ ନମୁନା ଜିନମ୍ ସିକ୍ୱେନ୍ସିଂ ପାଇଁ ପଠାଯାଇଛି ।

Advertisment

- ଓମିକ୍ରନ୍ ସଂକ୍ରମିତ ଡାକ୍ତର ବନେରଘାଟ ରୋଡରେ ଥିବା ଏକ ହସ୍ପିଟାଲରେ କାର୍ଯ୍ୟରତ
- ଥଣ୍ଡା ଓ ଶରୀରପୀଡା ହେବାରୁ ନଭେମ୍ବର ୨୨ ତାରିଖରେ କରୋନା ଟେଷ୍ଟ କରିଥିଲେ
- ରିପୋର୍ଟ ପଜିଟିଭ୍ ଆସିବା ପରେ ନମୁନା ଜିନମ୍ ସିକ୍ୱେନ୍ସିଂ କରାଯାଇଥିଲା
- ଡାକ୍ତରଙ୍କ ସିଟି ଭ୍ୟାଲୁ ୨୫ ତଳେ ରହିଥିଲା
- ଗୁରୁବାର ଦିନ ସେ ଓମିକ୍ରନ୍ ସଂକ୍ରମିତ ହୋଇଥିବା ଜଣାପଡ଼ିଥିଲା
- ହୋମ୍ ଆଇସୋଲେସନ୍ରେ ଥିବା ଡାକ୍ତର ହସ୍ପିଟାଲରେ ଭର୍ତି
- ଡାକ୍ତର ଜଣଙ୍କ କରୋନାର ଦୁଇଟି ଡୋଜ୍ ନେଇ ସାରିଛନ୍ତି
- ପ୍ରାଇମେରୀ କଂଟାକ୍ଟରେ ୧୩ ଜଣ, ସେକେଣ୍ଡାରୀ କଂଟାକ୍ଟରେ ଆସିଛନ୍ତି ୨୦୫ ଜଣ
- ପ୍ରାଇମେରୀ କଂଟାକ୍ଟରୁ ୨ ଜଣ ଓ ସେକେଣ୍ଡାରୀ କଂଟାକ୍ଟରୁ ଜଣେ ପଜିଟିଭ୍