କନକ ବ୍ୟୁରୋ : ନିକଟରେ ସ୍ୱିଗି ତରଫରୁ ଭାରତୀୟ ମାନେ ସ୍ୱିଗିରୁ କେଉଁ ଖାଦ୍ୟ ଅଧିକା ଆଣିବା ପସନ୍ଦ କରୁଛନ୍ତି ଏ ନେଇ କରାଯାଇଥିବା ଏକ ସର୍ଭେ ରିପୋର୍ଟରୁ ଜଣା ପଡିଛି କି ବେଙ୍ଗାଲୁରୁ ସହରର ଲୋକେ ଖୁବ କେକପ୍ରିୟ । ଅନଲାଇନ ପ୍ଲାଟଫର୍ମ ସ୍ୱିଗିରୁ ପ୍ରାୟ ୮.୫ ମିଲିୟନରୁ ଅଧିକ କେକ ଅର୍ଡର ହୋଇସାରିଲାଣି । ଏଣୁ ଏହି ସହରକୁ ୨୦୨୩ ବର୍ଷର କେକ କ୍ୟାପିଟାଲର ଉପାଧୀ ମିଳିଛି । କେକ ଭିତରେ ଦେଖିବାକୁ ଗଲେ ଚକୋଲେଟ କେକ ହେଉଛି ସମସ୍ତଙ୍କ ମନପସନ୍ଦ ।
ବେଙ୍ଗାଲୁରୁର ମିଠା ପ୍ରତି ଥିବା ଏହି ଭଲପାଇବା ଆଜି ଏହାକୁ କେକର ସହର କରିଦେଇଛି । ଭାଲେନଟାଇନ୍ସ ଡେ ହେଉ କିମ୍ବା କୌଣସି ଖାସ ପ୍ରେମର ଦିନ ଏ ସବୁ ଦିନ ଗୁଡିକୁ ସ୍ମରଣୀୟ ବନେଇବା ପାଇଁ ପୁରା ଭାରତରେ ଦେଖିବାକୁ ଗଲେ ମିନିଟ ପ୍ରତି ୨୭୧ଟି କେକ ଅର୍ଡର ହେଉଛି । ଖାଲି ବେଙ୍ଗାଲୁରୁ ନୁହେଁ ଭାରତର ବିଭିନ୍ନ ସହରରେ ଲୋକ ମାନେ କେକ ପାଇଁ ଖୁବ ଅଗ୍ରହୀ ।
ନାଗପୁରର ଜଣେ ବାସିନ୍ଦା ସ୍ୱିଗି ମାଧ୍ୟମରେ ଗୋଟିେଏ ଦିନରେ ୯୨ଟି କେକ ଅର୍ଡର କରି ଚର୍ଚ୍ଚାକୁ ଆସିଥିିଲେ । ମଗେଇଥିବା କେକ ଗୁଡିକୁ ସେ ବାରମ୍ବାର ଜଳଖିଆ, ମଧ୍ୟାନ୍ନ ଭୋଜନ ଓ ରାତ୍ରୀ ଭୋଜନରେ ବସି ଖାଉଥିବାର ଜଣାଇଥିଲେ ।
କମିନାହିଁ ବିରିୟାନୀର ଚାହିଦା
ଖାଲି କେକ ନୁହେଁ ବିରିୟାନୀର ଚାହିଦା ମଧ୍ୟ ଖାଦ୍ୟ ପ୍ରେମୀ ମାନଙ୍କ ମଧ୍ୟରେ କିଛି କମ ନାହିଁ । ସ୍ୱିଗିର ଅର୍ଡର ତାଲିକାରେ କେକ ନିଜର ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଥିଲେ ମଧ୍ୟ ବିରିୟାନୀ କ୍ରମାଗତ ଭାବେ ଅଷ୍ଟମ ଥର ପାଇଁ ଲୋକପ୍ରିୟତା ତାଲିକାରେ ନିଜ ସ୍ଥାନ ବଜାୟ ରଖିଛି । ରିପୋର୍ଟରୁ ଜଣା ପଡିଛି କି ସେକେଣ୍ଡ ପିଛା ୨.୫ ବିରିୟାନୀ ଅର୍ଡର ହେଉଥିାବ ବେଳେ ଭାରତ-ପାକିସ୍ଥାନ ବିଶ୍ୱ କପ ସମୟରେ ମିନଟ ପିଛା ୫୦ଟି ବିରିୟାନୀ ଅର୍ଡର ହେଉଥିଲା । ଖେଳର ଗରୁୁତ୍ୱପୁର୍ଣ୍ଣ ସମୟରେ ତା ଏହା ବଢି ୨୫୦ ହୋଇଯାଇଥିଲା । ପ୍ରତି ୫.୫ ଚିକେନ ବିରିୟାନୀ କୁ ଗୋଟିଏ ସାଦା ବିରିୟାନୀ ଅର୍ଡର ହୋଇଥାଏ । ସବୁ ବିରିୟାନୀ ଅର୍ଡର ଭିତରେ ପ୍ରତି ୬ ନମ୍ବର ବିରିୟାନୀ ଅର୍ଡରଟି ହାଇଦ୍ରାବାଦରୁ ହୋଇଥାଏ । ଏହା ଛଡା ଏଥର ଦୁର୍ଗା ପୂଜା ଭଳି ପ୍ରମୁଖ ପର୍ବରେ ରସଗୋଲାକୁ ପଛରେ ପକାଇ ଗୋଲାପଜାମର ଅର୍ଡର ୭.୭କୁ ବଢିଛି ।