ବିମାନରେ ଯାନ୍ତ୍ରିକ ତ୍ରୁଟି: ରନୱେରେ ଅଟକିଲା ବେଙ୍ଗାଲୁରୁ- ଭୁବନେଶ୍ୱର ଇଣ୍ଡିଗୋ ବିମାନ

611

କନକ ବ୍ୟୁରୋ: ବେଙ୍ଗାଲୁରୁରେ ବିମାନରେ ଫସି ରହିଛନ୍ତି ଶତାଧିକ ଓଡ଼ିଆ । ରନୱେରେ ଗଡ଼ିଲା, ହେଲେ ଉଡ଼ିବା ପୂର୍ବରୁ ଅଟକିଗଲା ବିମାନ । ବେଙ୍ଗାଲୁରୁରୁ ଭୁବନେଶ୍ୱର ଆସୁଥିଲା ଇଣ୍ଡିଗୋ ବିମାନ । ଉଡ଼ାଣ ଆରମ୍ଭ ପାଇଁ ରନ୍ୱେରେ ଗଡ଼ିବା ଆରମ୍ଭ କରିଥିଲା । ତେବେ ଯାନ୍ତ୍ରୀକ ତ୍ରୁଟି ଯୋଗୁଁ ବିମାନ ଉଡ଼ାଇବା ସମ୍ଭବ ହୋଇ ପାରିବ ନାହିଁ ବୋଲି ଘୋଷଣା କଲେ ପାଇଲଟ୍ । ତେବେ କି ପ୍ରକାର ଯାନ୍ତ୍ରୀକ ତ୍ରୁଟି ହୋଇଛି, ଏ ନେଇ ସ୍ପଷ୍ଟ ହୋଇନାହିଁ । ପାଇଲଟ୍ ମଧ୍ୟ ଏ ନେଇ କୌଣସି ସୂଚନା ଦେଇନଥିବା ଜଣାପଡିଛି । ବିମାନ ଭିତରେ ଦୁଇ ଘଂଟା ଧରି ଫସି ରହିଛନ୍ତି ଶତାଧିକ ଓଡ଼ିଆ ଯାତ୍ରୀ । ସଂଧ୍ୟା ୬ ଟା ୪୦ରେ ବିମାନ ଉଡ଼ାଣ କରିଥାନ୍ତା । ରାତି ୮ ଟା ୪୫ରେ ଏହି ବିମାନ ଭୁବନେଶ୍ୱରରେ ପହଁଚିବା କଥା । ରନୱେରେ ବିମାନଟି ଅଟକି ରହିବା ଫଳରେ ଯାତ୍ରୀମାନେ ଦୀର୍ଘ ସମୟ ହେଲା ଫସି ରହିଛନ୍ତି ।