ବେଙ୍ଗାଲୁରୁ ସ୍ଥିତ ନିମହନ୍ସ କରିବନି ଗୋପାଳ ଦାସର ମାନସିକ ସ୍ଥିତି ଯାଞ୍ଚ। କ୍ରାଇମବ୍ରାଞ୍ଚ କରିଥିବା ଆବେଦନକୁ ନିମହନ୍ସର ଅଗ୍ରାହ୍ୟ।

Advertisment
ବେଙ୍ଗାଲୁରୁ ସ୍ଥିତ ନିମହନ୍ସ କରିବନି ଗୋପାଳ ଦାସର ମାନସିକ ସ୍ଥିତି ଯାଞ୍ଚ। କ୍ରାଇମବ୍ରାଞ୍ଚ କରିଥିବା ଆବେଦନକୁ ନିମହନ୍ସର ଅଗ୍ରାହ୍ୟ।

କନକ ବ୍ୟୁରୋ: ବେଙ୍ଗାଲୁରୁ ସ୍ଥିତ ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ୍ ମେଣ୍ଟାଲ ହେଲ୍ଥ୍ ଆଣ୍ଡ ନ୍ୟୁରୋସାଇନ୍ସେସ ବା ନିମହନ୍ସ କରିବ ନାହିଁ ଗୋପାଳ ଦାସର ମାନସିକ ସ୍ଥିତିର ଯାଞ୍ଚ । ସୂଚନା ଅନୁସାରେ ନବ ଦାସ ମୃତ୍ୟୁ ଘଟଣାର ଅଭିଯୁକ୍ତ ଗୋପାଳ ଦାସର ମାନସିକ ସ୍ଥିତି ଯାଞ୍ଚ କରିବା ପାଇଁ ରାଜ୍ୟ କ୍ରାଇମବ୍ରାଞ୍ଚ କରିଥିବା ଆବେଦନକୁ ନିମହନ୍ସ ଅଗ୍ରାହ୍ୟ କରିଦେଇଛି । ଚୌଦ୍ୱାର ଜେଲରେ ଥିବା ଗୋପାଳର ମାନସିକ ସ୍ଥିତି ଯାଞ୍ଚ କରିବା ପାଇଁ ଏକ ଟିମ୍ ପଠାଇବାକୁ ନିମହନ୍ସକୁ ଅନୁରୋଧ କରିଥିଲା କ୍ରାଇମବ୍ରାଞ୍ଚ । କିନ୍ତୁ ଏଥିପାଇଁ ମନା କରିଦେଇଛି ନିମହାନ୍ସ ।

ନବ ଦାସ ହତ୍ୟା ଅଭିଯୁକ୍ତ ଗୋପାଳ ଦାସର ମାନସିକ ସ୍ଥିତି ଯାଞ୍ଚ ପାଇଁ ତାଙ୍କୁ ବେଙ୍ଗାଲୁରୁ ସ୍ଥିତ ନିମହନ୍ସ ନେବା ପାଇଁ ଝାରସୁଗୁଡା କୋର୍ଟରେ କ୍ରାଇମବ୍ରାଞ୍ଚ କରିଥିବା ଆବେଦନକୁ କୋର୍ଟ ଅଗ୍ରାହ୍ୟ କରିଦେଇଥିଲେ । ଏହାପରେ ନିମହନ୍ସ ଟିମକୁ ଚୌଦ୍ୱାର ଆସି ଗୋପାଳର ମାନସିକ ସ୍ଥିତି ଯାଂଚ କରିବାକୁ ଆବେଦନ କରିଥିବା କ୍ରାଇମବ୍ରାଞ୍ଚର ଆବେଦନକୁ ମଧ୍ୟ ନିମହନ୍ସ ପକ୍ଷରୁ ମନା କରିଦିଆଯାଇଛି । ଜେଲକୁ ଟିମ୍ ପଠାଇ ମାନସିକ ସ୍ଥିତି ଯାଞ୍ଚ କରିବାର ଏମିତି କୌଣସି ସୁବିଧା ନାହିଁ ବୋଲି ନିମହନ୍ସ ପକ୍ଷରୁ କୁହାଯାଇଛି । ଏହାସହ ବେଙ୍ଗାଲୁରୁ ସ୍ଥିତ ନିମହନ୍ସକୁ ଅଣାଗଲେ ମାନସିକ ସ୍ଥିତି ପରୀକ୍ଷା କରାଯାଇ ପାରିବ ବୋଲି ନିମହନ୍ସ କହିଥିବା ସୂଚନା ମିଳିଛି । ଗୋପାଳର ମାନସିକ ସ୍ଥିତି ଯାଞ୍ଚ ପାଇଁ ପୂର୍ବରୁ ଏକ ସ୍ୱତନ୍ତ୍ର ମେଡିକାଲ ବୋର୍ଡ ଗଠନ କରାଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe