ମାଲକାନଗିରି ବଙ୍ଗୀୟ ଭୋଟରଙ୍କ ଉପରେ ତିନି ଦଳର ନଜର । ଭୋଟରଙ୍କୁ ନିଜ ସପକ୍ଷରେ ନେବାକୁ ଆପଣାଉଛନ୍ତି ଭିନ୍ନ ରଣନୀତି ।

58

କନକ ବ୍ୟୁରୋ: ଆଗାମୀ ନିର୍ବାଚନରେ କେଉଁ ଆଡକୁ ଢଳିବେ ବଙ୍ଗୀୟ ଭୋଟର । ନିର୍ବାଚନ ତାରିଖ ପାଖେଇ ଆସୁଥିବା ବେଳେ ମାଲକାନଗିରିର ବଙ୍ଗୀୟ ଭୋଟର ମାନଙ୍କୁ ନିଜ ସପକ୍ଷରେ ନେବାକୁ ରାଜନୈତିକ ଦଳଙ୍କ ମଧ୍ୟରେ କସରତ ଆରମ୍ଭ ହୋଇଗଲାଣି ।

୨୦୧୯ ନିର୍ବାଚନରେ ଏହି ଆସନଟି ବିଜେପି ଦଖଲରେ ରହିଥିଲା । ୨୦୨୪ ନିର୍ବାଚନରେ ଏହି ଆସନ ଉପରେ ବିଜେଡିର ନଜର ରହିଥିବା ବେଳେ ଦଳ ଏହାକୁ ଦଖଲକୁ ନେବାକୁ ନୂଆ ରଣନୀତି ପ୍ରସ୍ତୁତ କରିଛି । ଏସବୁ ମଧ୍ୟରେ ଉଭୟ ଦଳର ପ୍ରାର୍ଥୀ ବଙ୍ଗୀୟ ଭୋଟରଙ୍କ ପର୍ବ ପର୍ବାଣୀରେ ସାମିଲ ହୋଇ ଢୋଲ ବଜାଇ ଭୋଟ ଭିକ୍ଷା କରୁଥିବା ଦେଖିବାକୁ ମିଳିଛି ।

ମାଲକାନଗିିରି ଜିଲ୍ଲାରେ ମୋଟ ୨୧୪ ଟି ବଙ୍ଗୀୟ ରାଜସ୍ୱ ଗାଁ ରହିଥିବା ବେଳେ ମାଲକାନଗିରି ବିଧାନ ସଭା କ୍ଷେତ୍ର ରେ ରହିଛି ସର୍ବାଧିକ ୧୭୯ ଟି ବଙ୍ଗୀୟ ଗାଁ । ମାଲକାନଗିରି ପ୍ରାୟ ୨ ଲକ୍ଷ ୪୫ ହଜାର ଭୋଟ ରହି ଥିବା ବେଳେ ପ୍ରାୟ ୮୫ ହଜାର ବଙ୍ଗୀୟ ଭୋଟର ରହିଛନ୍ତି । ମାଲକାନଗିରି ଜିଲ୍ଲାର ବଙ୍ଗୀୟ ଭୋଟର ଗୁରୁତ୍ୱ ରହିଥିବା ବେଳେ ଏହି ଭୋଟ ବ୍ୟାଙ୍କୁ ନିଜ ଆଡକୁ ନେବାକୁ ଉଭୟ ବିଜେଡି ଓ ବିଜେପି ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି ।