ମୁଣ୍ଡରେ ଓଢଣା,ମଥାରେ ସିନ୍ଦୁର ଲଗାଇ ପ୍ରଭୂ ଶ୍ରୀ ଜଗନ୍ନାଥଙ୍କ ରଥ ଦଉଡି ଟାଣିବାକୁ ପହଁଚିଲେ ସାଂସଦ ନୁସରତ୍ ଜହାଁ ! ସାଙ୍ଗରେ ଥିଲେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । 

399

ଅଭିନେତ୍ରୀରୁ ସାଂସଦ ହୋଇଥିବା ସାଂସଦ ନୁସରତ୍ ଜହାଁ କଲିକତାରେ ପ୍ରଭୂ ଶ୍ରୀ ଜଗନ୍ନାଥଙ୍କ ରଥଯାତ୍ରାରେ ସାମିଲ ହେବାକୁ ପହଁଚିଥିଲେ । ରଥଯାତ୍ରାରେ ନୁସରତଙ୍କୁ ମୁଖ୍ୟ ଅତିଥି ରୁୁପେ ନିମନ୍ତ୍ରଣ ଦିଆଯାଇଛି । ନୁସରତ୍ ରଥଯାତ୍ରାରେ ପ୍ରଭୁଙ୍କ ଆଳତୀ କରିବାର ନଜର ଆସିଥିଲେ । ତେବେ ଏହି ସମୟରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଧ୍ୟ ଉପସ୍ଥିତ ଥିଲେ । ମମତାଙ୍କ ସହ ନୁସରତ୍ ରଥ ଦଉଡି ଟାଣିଥିଲେ । ଆପଣଙ୍କୁ କହିରଖୁଛୁ ନୁସରତ୍ ଜହାଁ ପଶ୍ଚିମବଙ୍ଗର ବସିରହାଟ୍ ଲୋକସଭା ସିଟ୍ ରୁ ତୃଣମୂଳ କଂଗ୍ରେସ ସିଟରେ ସାଂସଦ ହୋଇଛନ୍ତି ।

ଚଳିତ ରଥଯାତ୍ରାରେ ନୁସରତଙ୍କ ସ୍ୱାମୀ ନିଖିଲ୍ ଜୈନ୍ ମଧ୍ୟ ସାମିଲ ହୋଇଥିଲେ । ନୁସରତ୍ ମୁଣ୍ଡରେ ଓଢଣା,ମଥାରେ ସିନ୍ଦୁର ,ହାତରେ ନାଲି ଚୁଡି ଏବଂ ମଙ୍ଗଳସୂତ୍ର ପିନ୍ଧିଥିବାର ନଜର ଆସିଥିଲେ । ଗଣମାଧ୍ୟମକୁ ଉତ୍ତର ଦେବାକୁ ଯାଇ ସେ କହିଥିଲେ , ମୁଁ ପ୍ରତ୍ୟେକ ଧର୍ମକୁ ସମ୍ନାନ ଦିଏ । ମୁଁ ମୁସଲମାନ୍ ଘରେ ଜନ୍ମ ନେଇଥିବାରୁ ଇସଲାମ୍ କୁ ସମ୍ନାନ ଦିଏ । ମୋତେ ନେଇ ଫାଙ୍କା ବିବାଦ ପ୍ରସାରଣ କରାଯାଉଛି । ଆପଣଙ୍କୁ କହିରଖୁଛୁ ବିବାହ ପରେ ନୁସରତ୍ ଯେତେବେଳେ ମୁଣ୍ଡରେ ସିନ୍ଦୁର ଲଗାଇ ସଂସଦରେ ପହଁଚିଥିଲେ ତାଙ୍କ ନାଁରେ ଫତୱା ଜାରି କରାଯାଇଥିଲା । କିନ୍ତୁ ସେ ଏହାର ମୁହଁଭଙ୍ଗା ଜବାବ୍ ଦେଇଥିଲେ ।