ମମତାଙ୍କୁ ବେଙ୍ଗଲ ବ୍ୟବସାୟୀ ସଂଘର ଚେତାବନୀ ; ଓଡ଼ିଶାକୁ ଆଳୁ ନଦେଲେ ସାରା ଦେଶକୁ ଦେବୁନି ଆଳୁ

ମମତାଙ୍କୁ ବେଙ୍ଗଲ ବ୍ୟବସାୟୀ ସଂଘର ଚେତାବନୀ ; ଓଡ଼ିଶାକୁ ଆଳୁ ନଦେଲେ ସାରା ଦେଶକୁ ଦେବୁନି ଆଳୁ

କନକ ବ୍ୟୁରୋ: ଓଡ଼ିଶାକୁ ଆଳୁ ବନ୍ଦ କରିବା ପରେ ଏବେ ଅଡୁଆରେ ପଶ୍ଚିମବଙ୍ଗ ସରକାର । ପଶ୍ଚିମବଙ୍ଗରେ ମଧ୍ୟ ସୃଷ୍ଟି ହୋଇପାରେ ଆଳୁ ସଙ୍କଟ । ଦୁଇ ରାଜ୍ୟ ମଧ୍ୟରେ ଆଳୁ ବିବାଦର ଶୀଘ୍ର ସମାଧାନ ନହେଲେ କୋଲକାତା ସମେତ ଦେଶର ଅନ୍ୟ ରାଜ୍ୟକୁ ଆଳୁ ରପ୍ତାନୀ ବନ୍ଦ କରିବାକୁ ଚେତାବନୀ ଦେଇଛି ପଶ୍ଚିମବଙ୍ଗ ପ୍ରଗତିଶୀଳ ଅଳୁ ବ୍ୟବସାୟୀ ସମିତି ସଂଘ ।

ଏନେଇ ବାଙ୍କୁରା ଜିଲ୍ଲାରେ ଅନୁଷ୍ଠିତ ଏକ ବୈଠକରେ ରାଜ୍ୟର ୨୫୦ ଜଣ ଆଳୁ ବ୍ୟବସାୟୀ ଯୋଗଦେଇଥିଲେ। ଓଡ଼ିଶା ଓ ପଶ୍ଚିମବଙ୍ଗ ମଧ୍ୟରେ ଆଲୋଚନା ସଫଳ ନହେଲେ ରାଜ୍ୟର ୪୭୦ ଶୀତଳ ଭଣ୍ଡରରେ ଥିବା ଆଳୁ କଢ଼ାଯିବ ନାହିଁ ବୋଲି ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି । ପଶ୍ଚିମବଙ୍ଗର ବିଭିନ୍ନ ଶୀତଳ ଭଣ୍ଡରରେ ଏବେ ୮ କୋଟି ୬୯ ଲକ୍ଷ ବସ୍ତା ଆଳୁ ଗଚ୍ଛିତ ରହିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe