ମୋଦିଙ୍କ ଶପଥ ଗ୍ରହଣ ଉତ୍ସବରେ ବଙ୍ଗଳାରୁ ଆସିବେ ୫୪ ଖାସ୍ ଅତିଥି ! ସମ୍ପୁର୍ଣ୍ଣ ଖର୍ଚ୍ଚ ଉଠାଇବ ବିଜେପି 

443

ଲୋକସଭା ନିର୍ବାଚନ ୨୦୧୯ ରେ ପ୍ରଚଣ୍ଡ ବିଜୟ ପରେ ନରେନ୍ଦ୍ର ମୋଦି ମଇ ୩୦ ତାରିଖ ଗୁରୁବାରରେ ଦ୍ୱିତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଆସନରେ ଶପଥ ନେବାକୁ ଯାଉଛନ୍ତି । ଯାହାର ପ୍ରସ୍ତୁତି ଖୁବ୍ ଜୋରସୋରରେ ଚାଲିଛି ।

ଏଥିଭିତରେ ଖବର ଆସିଛି ଯେ ବିଜେପି ବଙ୍ଗଳାରେ ନିର୍ବାଚନ ସମୟରେ ହୋଇଥିବା ହିଂସାରେ ଜୀବନ ହରାଇଥିବା କାର୍ଯ୍ୟକର୍ତ୍ତାଙ୍କ ପରିବାର ଲୋକଙ୍କୁ ଶପଥ ଗ୍ରହଣ ସମାରୋହରେ ଯୋଗ ଦେବା ପାଇଁ ନିମନ୍ତ୍ରଣ ପଠାଇବ । ବିଜେପି ଏଭଳି ୫୪ ଜଣ ଲୋକଙ୍କ ପରିବାରକୁ ଶପଥ ଗ୍ରହଣ ସମାରୋହରେ ସାମିଲ୍ କରିବ । ଦଳ ତରଫରୁ ସବୁ କାର୍ଯ୍ୟକର୍ତ୍ତାଙ୍କ ପରିବାର ଲୋକଙ୍କ ରହିବା ଏବଂ ଖାଦ୍ୟପେୟ ପାଇଁ ସୁବ୍ୟବସ୍ଥା କରାଯାଇଛି ।

ଅନ୍ୟପକ୍ଷରେ , ମୋଦି କ୍ୟାବିନେଟରେ କାହାକୁ କେଉଁ ସ୍ଥାନ ଏବଂ ବିଭାଗ ମିଳିବ ଏହାକୁ ନେଇ ମୋଦି ଏବଂ ଅମିତ୍ ଶାହଙ୍କ ମଧ୍ୟରେ ମାରାଥନ୍ ବୈଠକ ଚାଲିଛି । ମଧ୍ୟରାତ୍ର ପର୍ଯ୍ୟନ୍ତ ଏହି ଦୁଇ ବିଜେପିର ବରିଷ୍ଠ ନେତା ୫ ଘଣ୍ଟା ଧରି ବୈଠକ ଚଲାଇଥିଲେ । ତେବେ ଚର୍ଚ୍ଚାରେ ଶୁଣିବାକୁ ମିଳିଛି ଯେ ଅମିତ୍ ଶାହ କ୍ୟାବିନେଟ୍ ର ଅଂଶ ହୋଇପାରନ୍ତି । ସେପଟେ ଇଡି ପକ୍ଷରୁ କଂଗ୍ରେସ ମହାସଚିବ ରବର୍ଟ ଭଦ୍ରାଙ୍କୁ ପଚରାଉଚରା କରିବା ପାଇଁ ସଜାଗ କରିଦିଆଯାଇଛି ।