କନକ ବ୍ୟୁରୋ: ପିଲାବେଳେ ବେଙ୍ଗବାଜା ପ୍ରତି ଥିଲା ଆମର ଭାରି ଦୁର୍ବଳତା । ଯାନି ଯାତ୍ରା ହେଉ କି ମେଳା ମହୋତ୍ସବ । ଯେବେ ବି ବୁଲାବୁଲି ପାଇଁ ଯାଉ ବେଙ୍ଗବାଜା କିଣିଦେବାକୁ ବାପାମାଆଙ୍କ ପାଖେ ଅଳି ଅଝଟ କରୁ । ତାପରେ ଘର ବାହାର ସବୁବେଳେ ଅହରହ ବଜାଉ । ଏହି ବାଜା ପାଇଁ ବି ପିଲାବେଳେ ଆମେ ବଡମାନଙ୍କଠୁ ମାଡ ଖାଇଛୁ, ସାଙ୍ଗଠାରୁ ଛଡେଇ ଆଣି ଗାଳି ବି ଶୁଣିଛୁ । ଆଉ ଆଜି ଯେତେବେଳେ ଏ ବେଙ୍ଗବାଜା ନଜରରେ ପଡିଛି ପୁଣି ଥରେ ପିଲାବେଳର ସ୍ମୃତି ତାଜା ହୋଇଛି ସତ, ହେଲେ ବେଙ୍ଗ ବାଜା ବିକ୍ରି କରୁଥିବା ଗୋଟେ ପରିବାରର ଭୋକର କାହାଣୀ ସାମ୍ନାକୁ ଆସିଛି ।

Advertisment

publive-image

ଇଏ ହେଉଛନ୍ତି କଟକ ନରହିଂହପୁର ରଣସିଂହପୁର ଅଞ୍ଚଳର ସୂର୍ଯ୍ୟ ନାୟକ । ବୟସ ୬୦ ପାଖାପାଖି । ଆଜିକୁ ୫୦ ବର୍ଷ ହେବ ସେ ଗାଁଗଣ୍ଡାରେ ବେଙ୍ଗବାଜା, ଝୁମୁକା ବିକି ପେଟ ପୋଷି ଆସୁଛନ୍ତି । ଗାଁ ଦାଣ୍ଡରେ ସୂର୍ଯ୍ୟ ଯେବେ ଝୁମୁକା ଆଉ ବେଙ୍ଗବାଜା ନେଇ ବିକ୍ରି କରିବାକୁ ଯାଆନ୍ତି ସେବେ ବାଜା କିଣିବାକୁ ଧୂଳିଧୂସର ଦାଣ୍ଡରେ ଧାଆନ୍ତି ଛୋଟଛୋଟ ପିଲା । ଆଉ ସାଇକେଲରେ ଏ ଗାଁରୁ ସେ ଗାଁକୁ ଝୁମୁକା ନେଇ ଯାଆନ୍ତି ସୂର୍ଯ୍ୟ ।

publive-image

ଘରେ ନିଜ ହାତରେ ବେଙ୍ଗବାଜା ତିଆରି କରି ପେଟ ପୋଷନ୍ତି ଏ ବୃଦ୍ଧ । ମାଟିର ଛାଞ୍ଚ ଆଉ କାଠିରେ ନିର୍ମିତ ଏହି ବେଙ୍ଗବାଜାକୁ ବୟସ୍କ ବୃଦ୍ଧବୃଦ୍ଧା କରି ବିକ୍ରି କରନ୍ତି । କେବେ ଦିନକୁ ୧୦୦ ଟଙ୍କା ରୋଜଗାର ହୁଏ ତ କେବେ ପଚାଶ ଟଙ୍କା । ପୁଣି କିଏ ଚାଉଳ ବି ଦିଏ । ପର ଘର କାମଧନ୍ଦା କରି ଅଣ୍ଟା ଅଚଳ ହୋଇପଡିଥିବାରୁ ଏବେ କଷ୍ଟରେ ଚଳୁଛନ୍ତି ବୃଦ୍ଧ ଦମ୍ପତ୍ତି ।

ହେଲେ କରୋନା ପାଇଁ ପୂରା ଉଜୁଡି ଯାଇଛି ବ୍ୟବସାୟ । ପୁଅର ମାନସିକ ସ୍ଥିତାବସ୍ଥା ଠିକ ନଥିବାରୁ ଏବେ ଏହି ଝୁମୁକା ବେପାର ଉପରେ ନିର୍ଭର କରନ୍ତି ଏମାନେ । କିନ୍ତୁ କରୋନା ପାଇଁ କାମଧନ୍ଦା ହରାଇ ଏବେ ଆଖିରୁ ଲୁହ ଝରାଉଛନ୍ତି ଝୁମୁକା ବ୍ୟବସାୟୀ ସୂର୍ଯ୍ୟ...