ବରଂ ଏହା ଆପଣଙ୍କ ଘରର ଛୋଟ ଛୋଟ ସମସ୍ୟାକୁ ବି ଦୂର କରିବାଭିନେଗାର ଏକ ଏମିତି ଜିନିଷ ଯାହାର ବ୍ୟବହାର ଖାଦ୍ୟ ବ୍ୟଞ୍ଜନରେ ବହୁତ ହୁଏ, କିନ୍ତୁ ଆପଣ ଜାଣିଛନ୍ତି କି ଭିନେଗାର କେବଳ ଖାଦ୍ୟର ସ୍ୱାଦ ବଢ଼ାଏନି ରେ ସହାୟକ ହୁଏ । ଆସନ୍ତୁ ଜାଣିବା ଏଥିରୁ ମିଳୁଥିବା ଲାଭ ବିଷୟରେ ।
• ଯଦି ଆପଣଙ୍କ ଲୁଗାର ରଙ୍ଗ ଫିକା ଅଛି ଓ ଝାଳ କାରଣରୁ ଦାଗ ଲାଗିଯାଇଛି, ତେବେ ଆପଣ ଲୁଗାକୁ ଧୋଇବା ପୂର୍ବରୁ ସେଥିରେ ଭିନେଗାର ଛିଂଚାଡି ଦିଅନ୍ତୁ । ଏହା କରିବା ଦ୍ୱାରା ଦାଗ ସହଜରେ ଛାଡିଯିବ ।
• ଫୁଲ ଆପଣଙ୍କ ଘରର ବାତାବରଣକୁ ସତେଜ ରଖେ କିନ୍ତୁ ଶୀଘ୍ର ମଉଳିଯାଏ । ଫୁଲକୁ ଦୀର୍ଘ ସମୟ ଧରି ସତେଜ ରଖିବାକୁ ହେଲେ ୧ ଚାମଚ ଭିନେଗାର ଫୁଲଦାନୀରେ ପକାନ୍ତୁ । ଏହା ଦ୍ୱାରା ଫୁଲ ସତେଜ ରହିବ ।
• ଯାହାଙ୍କ ଘରେ ଅଧିକ ପିମ୍ପୁଡି ହୁଅନ୍ତି, ସେମାନେ ଭିନେଗାର ଓ ପାଣିକୁ ସମାନ ମାତ୍ରାରେ ମିଶାଇ ସେଇଠି ଛିଂଚନ୍ତୁ । ପିମ୍ପୁଡି ତୁରନ୍ତୁ ଚାଲିଯିବେ ।
• ଫ୍ରିଜରୁ ବେଳେବେଳେ ଅଜବ ଦୁର୍ଗନ୍ଧ ବାହାରେ । ସେହି ଦୁର୍ଗନ୍ଧରୁ ମୁକ୍ତି ପାଇବା ପାଇଁ ପାଣି ଓ ଭିନେଗାରକୁ ମିଶାଇ ପେଷ୍ଟ ତିଆରି କରନ୍ତୁ ଓ ସେଥିରେ ଫ୍ରିଜକୁ ସଫା କରନ୍ତୁ । ଆପଣ ଚାହିଁଲେ ରୋଷେଇ ଘରକୁ ସେହି ପେଷ୍ଟ ଦେଇ ସଫା କରିପାରିବେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2018/05/vinegar-in-hindi-1650x433.jpg)