ସାରା ରାତି ପାଣିରେ ଭିଜେଇ ରଖନ୍ତୁ କଳା ଚଣା ଓ ସକାଳୁ ଉଠି ଖାଆନ୍ତୁ । କିଛି ଦିନ ପରେ ସ୍ୱାସ୍ଥ୍ୟ ଉପରେ ଫରକ୍ ଜାଣିପାରିବେ । 

799

ଆମ ସମସ୍ତଙ୍କ ଘରେ ବର୍ଷ ବର୍ଷରୁ କଳାଚଣାର ବ୍ୟବହାର ହେଉଛି । ଏହି ଚଣାକୁ ପାଣିରେ ଭିଜେଇ ଖାଇବା ସ୍ୱାସ୍ଥ୍ୟ ପକ୍ଷେ ଖୁବ୍ ହିତକର ହୋଇଥାଏ । ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମୁତାବକ ସକାଳ ଜଳଖିଆରେ ପ୍ରତିଦିନ ମୁଠାଏ କଳାଚଣା ଖାଇଲେ ସ୍ୱାସ୍ଥ୍ୟ ପ୍ରତି ଏହା ମହୌଷଧି ଭଳି କାମ କରେ । ତେବେ ଏହାର ମାତ୍ରାଧିକ ସେବନ କରିବା ଦ୍ୱାରା ପେଟସମସ୍ୟା ମଧ୍ୟ ଦେଖାଯାଏ ତେଣୁ ମୁଠାଏରୁ ଅଧିକ ମାତ୍ରାରେ ସେବନ କରନ୍ତୁ ନାହିଁ । ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ ପାଣିରେ ଭିଜେଇ ହୋଇଥିବା କଳାଚଣାରେ ପୋଷକ ତତ୍ତ୍ୱ ଭରପୂର ମାତ୍ରାରେ ମିଳିଥାଏ । ଯାହା ଶରୀରକୁ ସୁସ୍ଥ ରଖିବାରେ ସହାୟକ ହୁଏ ।

ଭରପୂର ମାତ୍ରରେ ଥାଏ ପ୍ରୋଟିନ୍ ଓ ଆଇରନ୍ 

ଶାକାହାରୀ ବ୍ୟକ୍ତିବିଶେଷଙ୍କ କ୍ଷେତ୍ରରେ ଶରୀରରେ ପ୍ରୋଟିନକୁ ବଢାଇବା କୌଣସି ଚ୍ୟାଲେଞ୍ଜଠାରୁ କମ୍ ନଥାଏ । ଏଭଳି ସ୍ଥିତିରେ କଳାଚଣା ଖୁବ୍ ଲାଭଦାୟକ ସାବ୍ୟସ୍ତ ହୁଏ । ଏଥିରେ ପ୍ରୋଟିନ ଏବଂ ଆଇରନର ମାତ୍ରା ଅଧିକ ଥାଏ । ଏନିମିୟାରେ ପୀଡ଼ିତ ଥିବା ରୋଗୀଙ୍କୁ ଆହାରରେ କଳାଚଣା ସାମିଲ୍ କରିବା ଆବଶ୍ୟକ । ଶରୀରରେ ହିମୋଗ୍ଲୋବିନର ସ୍ତରକୁ ସଠିକ୍ ରଖିବାରେ ଏହା ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇଥାଏ । 

ହଜମ ପ୍ରକ୍ରିୟାରେ ସହାୟକ ହୁଏ :

କଳାଚଣାରେ ଫାଇବରର ମାତ୍ରା ଅଧିକ ଥାଏ । ଯାହା ପାଚନରେ ସହାୟକ ହୋଇଥାଏ । ଏହା ଶରୀରରୁ ହାନିକାରକ ବିଷାକ୍ତ ପଦାର୍ଥ ବାହାରକୁ କାଢି ପାଚନ ପ୍ରକ୍ରିୟାକୁ ସୁସ୍ଥ ରଖିଥାଏ । ନିୟମିତ କଣାଚଣା ଖାଇଲେ ପେଟ ସମସ୍ୟାରୁ ମୁକ୍ତି ପାଇପାରିବେ ।

ଓଜନ କମାଇବାରେ ସାହାଯ୍ୟ କରେ :

ବିଶେଷଜ୍ଞଙ୍କ ମତରେ ଓଜନ ବୃଦ୍ଧିରୁ ଚିନ୍ତିତ ଥିବା ଲୋକଙ୍କ ପାଇଁ କଳାଚଣା ଖାଇବା ଖୁବ୍ ଭଲ ହୋଇଥାଏ । ଆଣ୍ଟିଅକ୍ସିଡ଼େଣ୍ଟ୍ ରେ ଭରପୂର ଥିବା କଳାଚଣାରେ ଫାଇବର ଅଧିକ ଥିବାରୁ ଏହା ଲମ୍ବା ସମୟ ପର୍ଯ୍ୟନ୍ତ ପେଟ ଭର୍ତ୍ତି ରଖିଥାଏ । ଏହାଦ୍ୱାରା ଅଧିକ ଖାଇବାକୁ ଇଚ୍ଛା ହୋଇନଥାଏ ଏବଂ ଓଜନ ମଧ୍ୟ କମ୍ ହୋଇଥାଏ ।

କୋଲେଷ୍ଟ୍ରଲ୍ କମ୍ କରିଥାଏ : 

କଳାଚଣାରେ ଫାଇବରର ମାତ୍ରା ଥିବାରୁ ଏହା ପିତ୍ତ ଏସିଡ଼କୁ ନିୟନ୍ତ୍ରିତ କରିବାରେ ସହାୟକ ହୁଏ । ଯେଉଁଥିରେ କୋଲେଷ୍ଟ୍ରଲର ସ୍ତର ମଧ୍ୟ କମ୍ ହୋଇଥାଏ । ଏଥିରେ ହୃଦରୋଗରୁ ମଧ୍ୟ ଉପସମ ମିଳିଥାଏ ।