ଜାଣନ୍ତୁ ତଳେ ବସି ଖାଇଲେ କ’ଣ ଲାଭ ମିଳେ ?

360

କନକ ବ୍ୟୁରୋ : ତଳେ ବସି ଖାଇବାର ପରମ୍ପରା କାହିଁ କେଉଁ କାଳରୁ ରହି ଆସିଛି । କିନ୍ତୁ ଧୀରେ ଧୀରେ ସମୟ ବଦଳୁଛି ଏବଂ ତା’ସହ ପରମ୍ପରା ମଧ୍ୟ । ଆଜିକାଲି ପିଲାମାନେ ତଳେ ବସି ଖାଇବା ଅପେକ୍ଷା ଡ଼ାଇନିଙ୍ଗ ଟେବୁଲ ଉପରେ ବସି ଖାଇବାକୁ ଅଧିକ ଭଲ ପାଉଛନ୍ତି । କାରଣ ତଳେ ବସି ଖାଇବାକୁ ସେମାନେ ଏକ ପୁରୁଣା ପରମ୍ପରା ବୋଲି ଭାବି ନେଇଛନ୍ତି । ଯେଉଁମାନେ ଏଭଳି ଭାବୁଛନ୍ତି ସେମାନଙ୍କୁ ତଳେ ବସି ଖାଇବାର ଉପକାରିତା ବିଷୟରେ ଜାଣି ରଖିବା ଦରକାର । ତେବେ ଆଜି ଆମେ ଆପଣଙ୍କୁ ଜଣାଇବୁ ତଳେ ବସି ଖାଇଲେ କ’ଣ ଲାଭ ମିଳେ ।

୧.ତଳେ ବସି ଖାଇଲେ ହଜମ ପ୍ରକ୍ରିୟା ଠିକ୍‌ ରହିଥାଏ । ସାଧାରଣତଃ ଭାବରେ ତଳେ ବସି ଖାଇବା ବେଳେ ଆମେ ଦୁଇଟି ଗୋଡ଼ ଛନ୍ଦି କରି ବସିଥାଉ । ଯାହକୁ ସୁଖାସନ ବୋଲି କୁହାଯାଏ । ଆପଣମାନେ ଜାଣିଥିବେ କି ଏହି ପ୍ରକାରର ଆସନ କରିବା ଦ୍ୱାରା ହଜମ ପ୍ରକ୍ରିୟା ଠିକ୍‌ ରହିଥାଏ । ସେଥିପାଇଁ ଯଦି ଆପଣ ଖାଇବା ସମୟରେ ତଳେ ବସି ଖାଉଛନ୍ତି ତେବେ ବଦ୍‌ହଜମିରୁ ଦୂରରେ ରହିବେ । ତଳେ ଖାଇବାବେଳେ ଆପଣ ଟିକେ ଆଗକୁ ଏବଂ ଟିକେ ପଛକୁ ଆସିଥାନ୍ତି । ଏଭଳି କରିବା ଦ୍ୱାରା ପେଟରେ ଥିବା ଶିରାକୁଡ଼ିକ ସକ୍ରିୟ ହୋଇ ଯାଇଥାଏ ଏବଂ ଏହା ପରେ ଷ୍ଟୋମାକ୍‌ ଏସିଡ କ୍ଷରଣ ହୋଇଥାଏ, ଯାହାଦ୍ୱାରା ହଜମ ଠିକ୍‌ ଭାବରେ ହୋଇଥାଏ

୨. ତଳେ ବସି ଖାଇବା ଦ୍ୱାରା ଓଜନ କମ ହୋଇଥାଏ । ତଳେ ବସି ଖାଇବା ଦ୍ୱାରା ଆପଣଙ୍କ ମସ୍ତିଷ୍କ ଶାନ୍ତ ହେବା ସହ ଆପଣଙ୍କ ଲକ୍ଷ ଖାଇବା ଉପରେ ଥାଏ । ଏପରି ବସିବା ଦ୍ୱାରା ଆପଣଙ୍କ ପେଟ ଶୀଘ୍ର ଭରିଯିବା ଭଳି ଲାଗିବ । କିନ୍ତୁ ତାହା ପ୍ରକୃତରେ ପୁରି ନଥାଏ | ଏହା ଦ୍ୱାରା ଆପଣ କମ ଖାଦ୍ୟ ଖାଆନ୍ତି, ଯାହା ଦ୍ୱାରା ଶରୀରର ଓଜନ ବୃଦ୍ଧି ହୋଇ ନଥାଏ ।

୩.ତଳେ ବସି ଖାଇବା ଦ୍ୱାରା ରକ୍ତ ସଞ୍ଚାଳନ ଠିକ୍‌ ରହିଥାଏ, ଯାହା ଦ୍ୱାରା ହୃତ୍‌ପିଣ୍ଡ ସୁସ୍ଥ ରହିବା ସହ ହୃଦ୍‌ଘାତ ହେବାର ଆଶଙ୍କା କମ ହୋଇଥାଏ ।