ଶକ୍ତିଶାଳୀ ଆଣ୍ଟିଅକ୍ସିଡ଼େଣ୍ଟରେ ଭରପୂର ଏହି ପରିବାର ମଞ୍ଜି .. ଯାହାର ଫାଇଦା ଜାଣିଲେ ଆପଣ ତାଜୁବ୍ ହୋଇଯିବେ । 

356

ଶରୀରରେ ଇନ୍ସୁଲିନ୍ ପ୍ରସ୍ତୁତ ହେବା ବନ୍ଦ କରିବା କ୍ଷଣି ଡ଼ାଇବେଟିସ୍ ନାମକ ରୋଗ ମାଡ଼ି ବସିଥାଏ । ଏହା ଏପରି ଏକ ହର୍ମୋନ୍ ଯାହା ସୁଗରକୁ ଶକ୍ତିରେ ପରିଣତ କରିବାର କାମ କରିଥାଏ । ଏଭଳି ସ୍ଥିତିରେ ଶରୀରରେ ବ୍ଲଡ଼ ସୁଗାର୍ ସ୍ତର ବଢିବାରେ ଲାଗିଥାଏ ଯାହା ଫଳରେ ଶରୀରର ପ୍ରମୁଖ ଅଙ୍ଗ ଖରାପ ହୋଇଯାଏ । ଡ଼ାକ୍ତରଙ୍କ କହିବାନୁସାରେ , ଏହି ସମୟରେ କଖାରୁ ମଞ୍ଜି ବହୁତ ଭଲ କାମ କରିଥାଏ । ଡ଼ାଇବେଟିସରେ ବ୍ଲଡ଼୍ ସୁଗାରର ଠିକ୍ ମ୍ୟାନେଜମେଣ୍ଟ୍ ରହିବା ନିହାତି ଜରୁରୀ ଏବଂ କଖାରୁ ମଞ୍ଜି ଏଥିପାଇଁ ରାମବାଣ ଭଳି କାମ କରିଥାଏ ।

ହେଲଥଲାଇନର ଏକ ରିପୋର୍ଟ ମୁତାବକ , କଖାରୁ ମଞ୍ଜିରେ କାର୍ବୋହାଇଡ଼୍ରେଟସ୍ ଭରପୁର ମାତ୍ରାରେ ରହିଥାଏ ଯାହାକୁ ପାଲିସେଚାରାଇଡ଼ସ୍ କୁହାଯାଏ । ସୁଗାରକୁ ସବୁବେଳେ ଠିକ୍ ରଖିବାରେ କଖାରୁ ମଞ୍ଜି ଖୁବ୍ ଉପଯୋଗୀ । ଖାଲି ମଣିଷ ନୁହଁ ପଶୁଙ୍କ କ୍ଷେତ୍ରରେ ମଧ୍ୟ ଏହି ମଞ୍ଜି ଲାଭଦାୟକ ।

ଏକ ଗବେଷଣା ଅନୁସାରେ , କଖାରୁ ମଞ୍ଜିରେ ଶକ୍ତିଶାଳୀ ଆଣ୍ଟିଅକ୍ସିଡେଣ୍ଟସ୍ ମିଳିଥାଏ । ପ୍ରୋଟିନ୍ ଏବଂ ଫ୍ୟାଟରେ ଭରପୂର ଥିବା ଏହାର ୫୦ ଗ୍ରାମ୍ ମଞ୍ଜି ପ୍ରତିଦିନ ଖାଇଲେ ଶରୀରରେ ବ୍ଲଡ୍ ସୁଗାରର ମାତ୍ରାକୁ ୩୫ ପ୍ରତିଶତ ପର୍ଯ୍ୟନ୍ତ କଣ୍ଟ୍ରୋଲ୍ କରାଯାଇପାରିବ । ଏକ ଷ୍ଟଡି ମୁତାବକ , କଖାରୁରେ ଥିବା ମ୍ୟାଗ୍ନେସିୟମ୍ ଏହାକୁ ଅଧିକ ଶକ୍ତିଶାଳୀ କରିଥାଏ । ଯାହା ଡାଇବେଟିସକୁ ମଧ୍ୟ କମ୍ କରିଥାଏ । କଖାରୁ ମଞ୍ଜିର ତେଲ ଶରୀରରେ କୋଲେଷ୍ଟ୍ରୋଲ୍ ଲେବଲ୍ ତଥା ହାଇପରଟେନ୍ସନ୍ ରୋଗ ଭଳି ବିପଦକୁ ମଧ୍ୟ କମ୍ କରିଥାଏ ।