କେଶ ପାଇଁ ଉପକାରୀ ସୋରିଷ ତେଲ । ଏପରି କରନ୍ତୁ ବ୍ୟବହାର, ମିଳିବ ଅନେକ ଫାଇଦା

435

କନକ ବ୍ୟୁରୋ: ବର୍ତ୍ତମାନ ପରିବେଶ ଯେପରି ଚର୍ମ ଏବଂ କେଶ ସମସ୍ୟା ଲୋକଙ୍କୁ ଅଧିକ ହଇରାଣ କରୁଛି । କେଶ ଝଡିବା, ଶୁଷ୍କ ହୋଇଯିବା, ଚର୍ମ ଶୁଷ୍କ ହେବା ଏଭଳି ଅନେକ ସମସ୍ୟାରେ ସମ୍ମୁଖୀନ ହେଉଛନ୍ତି ଲୋକେ  । ଏସବୁ ସମସ୍ୟାରୁ ଉପଶମ ପାଇବାକୁ ଗୋଟିଏ ପରେ ଗୋଟିଏ ଦାମୀ କସମେଟିକ୍ସ ବଜାରରେ ଉପଲବ୍ଧ ହେଉଥିଲେ ବି ତାହା କାମ ଦେଉନି । ଏଭଳି ପରିସ୍ଥିତିରେ ବିଭିନ୍ନ ପ୍ରକାରର ତେଲ କିଣିବା ଓ ପ୍ରୟୋଗ କରିବା ଅପେକ୍ଷା ଗୋଟିଏ ତେଲ ସର୍ବୋତ୍ତମ । ତାହା ହେଉଛି ଘଣା ପେଡା ସୋରିଷ ତେଲ । ଏହା କେଶକୁ ମଜବୁତ କରିବା ସହ ମୋଟା ଓ କଳା କରିଥାଏ । ତେବେ କେଶରେ ସୋରିଷ ତେଲକୁ ଲଗାଇବାର ସଠିକ ଉପାୟ ଓ ଲାଭ କ’ଣ ସେ ବିଷୟରେ ସମ୍ୟକ ଆଲୋକପାତ ।

କେଶରେ ସୋରିଷ ତେଲ କିପରି ବ୍ୟବହାର କରାଯାଏ ।

କେଶକୁ ସୁସ୍ଥ ରଖିବା ପାଇଁ ୧ ଚାମଚ ସୋରିଷ ତେଲ ନିଅନ୍ତୁ । ଏହାକୁ ୧ ଚାମଚ ବାଦାମ ତେଲ କିମ୍ବା ୧ ଚାମଚ ଜେଜୋବା ତେଲ ସହ ମିଶାଇ ହାଉକା ଉଷୁମ କରି ନିଅନ୍ତୁ । ତା’ ପରେ କେଶ ମୂଳରେ ଭଲ ଭାବେ ଲଗାନ୍ତୁ । ପ୍ରାୟ ୧ଘଣ୍ଟା  ରଖିବା ପରେ ଉଷୁମ ପାଣିରେ ଧୋଇ ଦିଅନ୍ତୁ । ଏହା ବ୍ୟତୀତ ପାପୁଲିରେ ସୋରିଷ ତେଲକୁ ନେଇ ଏହାକୁ କେଶରେ ଭଲ ଭାବେ ଲଗାନ୍ତୁ । ପରେ ସାମ୍ପ କରନ୍ତୁ ।

କେଶ ପାଇଁ ସୋରିଷ ତେଲର ଉପକାର ।

ସୋରିଷ ତେଲ ଲଗାଇବା ଦ୍ୱାରା କେଶ ସଠିକ୍ ପୁଷ୍ଟି ଯୋଗାଏ । ଏହା କେଶ ଝଡିବା ଓ ପତଳା ହେବାର ସମସ୍ୟାକୁ ଦୂରେଇଥାଏ ।

ସୋରିଷ ତେଲରେ ଭିଟାମିନ୍ ଏ, ଡି, ଇ ଏବଂ ଭିଟାମିନ୍ କେ ଥାଏ । ଏହା ବ୍ୟତୀତ ଆଇରନ୍ ଓ ମ୍ୟାଗ୍ନେସିୟମ ମଧ୍ୟ ଭରପୁର ମାତ୍ରାରେ ରହିଥାଏ । ଯାହା କେଶ ସମସ୍ୟାକୁ ଅନେତ ମାତ୍ରାରେ ଦୂରେଇଥାଏ ।

ସୋରିଷ ତେଲ ଲଗାଇବା ଦ୍ୱ।। କେଶକୁ ପ୍ରାକୃତିକ କଣ୍ଡିସନର କରିଥାଏ । ଏହା କେଶକୁ ମୋଟା ଓ ସୁସ୍ଥ କରିଥାଏ ।

କେଶର ବୃଦ୍ଧି ପାଇଁ ସୋରିଷ ତେଲ ମଧ୍ୟ ଅତ୍ୟନ୍ତ ଲାଭଦାୟୀ । ଏଥିରେ ଓମେଗା-୩ଫ୍ୟାଟି ଏସିଡ୍, ବିଟା- କାରୋଟିନା ଓ ସେଲେନିୟମ୍ ରହିଥାଏ । ଯାହା କେଶ ବଢିବାରେ ସାହାଯ୍ୟ କରିଥାଏ ।