ଖାଲି ଫଳ ନୁହଁ ପତ୍ରରେ ବି ଭରିରହିଛି ଔଷଧୀୟ ଗୁଣ । ଜାଣନ୍ତୁ କେଉଁ ଗଛର ପତ୍ର ସ୍ୱାସ୍ଥ୍ୟ ପ୍ରତି କେତେ ଉପକାରୀ 

612

ଫଳ , ଫୁଲ , ଛାଇ ଦେବା ସଙ୍ଗେ ସଙ୍ଗେ ମଣିଷର ସୁସ୍ଥ ସ୍ୱାସ୍ଥ୍ୟ ପାଇଁ ବରଦାନ ପାଲଟିଥାଏ ବୃକ୍ଷ । କେବଳ ବୃକ୍ଷର ଫଳ ହିଁ ସ୍ୱାସ୍ଥ୍ୟ ପାଇଁ ହିତକର ତାହା ନୁହେଁ ଏହାର ପତ୍ର ମଧ୍ୟ ସ୍ୱାସ୍ଥ୍ୟ ପକ୍ଷେ ଖୁବ୍ ଲାଭକାରୀ । ତେବେ ଆସନ୍ତୁ ଏମିତି କିଛି ଔଷଧୀୟ ପତ୍ର ଏବଂ ଏହାର ଲାଭ ବିଷୟରେ ଜାଣିବା ।

ଦେଶୀ ବବୁଲ ପତ୍ର : 

ଏହି ଗଛର ପତ୍ରକୁ ବାଟି ୫୦ ମିଲିଲିଟର ରସ ବାହାର କରନ୍ତୁ ଏବଂ ସ୍ୱାଦ ଅନୁସାରେ ଏଥିରେ ମିଶ୍ରି ବାଟି ପିଇଲେ ପେଟ ସମସ୍ୟା ଦୂର ହୁଏ । ଏହି ପତ୍ରକୁ ଚୋବାଇ ଖାଇଲେ ମୁଖଛାଲ , ମାଢି ଦରଜ ଏବଂ ପାଟିରୁ ବାହାରୁଥିବା ରକ୍ତ ଆଦି ସମସ୍ୟା ଠିକ୍ ହୋଇଥାଏ । ଏହାର ପତ୍ର ମୁଖ କ୍ୟାନ୍ସର ରୋକିବାରେ ମଧ୍ୟ ସହାୟକ ହୁଏ ।

ପିଜୁଳୀ ପତ୍ର : 

ଗୋଟିଏ କିମ୍ବା ଦୁଇଟି ଗୋଲମରିଚକୁ ପିଜୁଳୀ ପତ୍ର ସହ ଚୋବାଇ ଖାଇଲେ କାଶ କିମ୍ବା ଗଳା ଦରଜରୁ ଆଶ୍ୱସ୍ତି ମିଳିଥାଏ । ୫ ଟି ପିଜୁଳୀ ପତ୍ର , ୫ ଟି ତୁଳସୀ ପତ୍ର , ଗୋଟିଏ କଳାମରିଚ , ଅଧା ଚାମଚ ଶୁଣ୍ଠି କିମ୍ବା ୨ ଚୁଟକି ସାନ୍ଧବ ଲୁଣକୁ ୧୦୦ ମି.ଲି ପାଣିରେ କମ୍ ଆଞ୍ଚରେ ଫୁଟାନ୍ତୁ । ୫୦ ମି.ଲି ପାଣି ବଳକିବା ପରେ ଏହାକୁ ଛାଣି ରଖନ୍ତୁ । ଏହି ଘୋଣରେ ୨ ଚୁଟକି ହଳଦୀ ମିଶାଇ ପିଇବାଦ୍ୱାରା ପେଟ ତଥା ତ୍ୱଚାର ମଧ୍ୟ ଅନେକ ସମସ୍ୟା ଦୂର ହୋଇଥାଏ ।

ନିମ ପତ୍ର :

ଟାୟଫଏଡ଼୍ , ବସନ୍ତ ହେଲେ ନିମଡ଼ାଳକୁ ପାଖରେ ରଖିବା ପାଇଁ ଘରର ବୟୋଜ୍ୟୋଷ୍ଠ ଉପଦେଶ ଦେଇଥାନ୍ତି । ଯାହା ପ୍ରକୃତରେ ଲାଭଦାୟୀ । କିଟାଣୁ ନାଶକାରୀ ନିମ ଗଛର ଡ଼ାଳ ଦେହ ପାଇଁ ହିତକର ହୋଇଥାଏ । ସକାଳୁ ସକାଳୁ ନିମର କଅଁଳ ପତ୍ରକୁ ଚୋବାଇ ଖାଇଲେ ମୁଖରୁ ଲାଳ ବୋହିବା କମିବା ସହ ଚର୍ମ ରୋଗ ଏବଂ ଡ଼ାଇଭେଟିସ୍ ପାଇଁ ମଧ୍ୟ ଲାଭଦାୟକ ହୋଇଥାଏ । 

ଆମ୍ବ ପତ୍ର :

ଆମ୍ବର ଶୁଖିଲା ପତ୍ରକୁ ଦଳି କିଛି ସମୟ ପାଇଁ ପାଟିରେ ରଖନ୍ତୁ । କିଛି ସମୟ ପରେ ଏହାକୁ କାଢିଦିଅନ୍ତୁ । ଏହାର ଛାଲି ଗଳା ଦରଜରେ ଆରାମ ଦେଇଥାଏ । ଆମ୍ବପତ୍ରକୁ ପାଣିରେ ଫୁଟାଇ ଏଥିରେ ୨ ଚୁଟକି ହଳଦୀ ମିଶାଇ ଦିଅନ୍ତୁ ଏବଂ ଏହି ପାଣିରେ ପାଦକୁ ସେକିଲେ ସର୍ଦ୍ଦି ସମୟରେ ଆଙ୍ଗୁଠିରେ ଦେଖାଯାଉଥିବା ଦରଜରୁ ମୁକ୍ତି ମିଳିପାରିବ ।

ତୁଳସୀ ପତ୍ର : ତୁଳସୀ ପତ୍ରର ଲାଭକାରିତା ତ ଅଳ୍ପେବହୁତ ସବୁ ଜାଣିଥିବେ । ଆୟୁର୍ବେଦ ବିଶେଷଜ୍ଞଙ୍କ ମତରେ , ଯୌନ ରୋଗକୁ ଭଲ କରିବା ପାଇଁ ତୁଳସୀର ମଞ୍ଜି ରାମବାଣ ଭଳି କାମ କରିଥାଏ । ପାଟିର ଦୁର୍ଗନ୍ଧକୁ ଦୂର କରିବା ପାଇଁ ମଧ୍ୟ ତୁଳସୀ ପତ୍ର କାମ କରେ । ଏହି ପତ୍ରର କୌଣସି ପାଶ୍ୱର୍ ପ୍ରତିକ୍ରିୟା ନଥାଏ । ମହିଳାଙ୍କ ଅନିୟମିତ ଋତୁଶ୍ରାବରେ ମଧ୍ୟ ତୁଳସୀପତ୍ର ଲାଭକାରୀ ହୋଇଥାଏ । ସର୍ଦ୍ଦି କିମ୍ବା ହାଲକା ଜ୍ୱର ଥିଲେ ମିଶ୍ରି , ଗୋଲମରିଚ ଏବଂ ତୁଳସୀପତ୍ରକୁ ବାଟି କାଢା ପ୍ରସ୍ତୁତ କରି ପିଅନ୍ତୁ ଆରାମ ମିଳିବ ।