ପ୍ରତିଦିନ ଲେମ୍ବୁ ପାଣି ପିଅନ୍ତୁ ! ଏସବୁ ରୋଗରୁ ମୁକ୍ତି ପାଆନ୍ତୁ

198

ଲେମ୍ବୁ ପାଣି ପିଇଲେ ଓଜନ ହ୍ରାସ ହୋଇଥାଏ । ଏକଥା ଆମ ସମସ୍ତଙ୍କୁ ଜଣା । କିନ୍ତୁ ଏତଦବ୍ୟତୀତ ଏହାର ମଧ୍ୟ ଅନେକ ଉପକାରିତା ଅଛି । ଲେମ୍ବୁ ପାଣି ପିିଇବା ଦ୍ୱାରା କେତେକ ରୋଗରୁ ମୁକ୍ତି ମିଳିଥାଏ ।ଆସନ୍ତୁ ଜାଣିବା ସେ ସଂପର୍କରେ ।

• ଲେମ୍ବୁରେ ଭିଟାମିନ୍ ସି ପ୍ରଚୁର ପରିମାଣରେ ଥାଏ । ଲେମ୍ବୁ ପାଣି ପିଇବା ଦ୍ୱାରା ମୁହଁରେ ହୋଇଥିବା ନାଲି ଦାଗ ଦୂର ହୋଇଥାଏ । ଲେମ୍ବୁ ପାଣିକୁ ମୁହଁରେ ବ୍ୟବହାର କଲେ, ଡେଡ୍ ସେଲକୁ ବାହାର କାରି ଦେଇଥାଏ ଏବଂ ଅତ୍ୟଧିକ ତୈଳ ଅଂଶକୁ ମଧ୍ୟ ବାହାର କରିଦେଇଥାଏ । ଲେମ୍ବୁ ପାଣି ପିଇବା ଦ୍ୱାରା ଏହା ମେଟାବୋଲିଜମକୁ ବଢେଇ ଦେଇଥାଏ । ଏହା ସ୍ୱାସ୍ଥ୍ୟକୁ ମଧ୍ୟ ଭଲ ରଖିଥାଏ ।

• କିଡନିରେ ହୋଇଥିବା ଷ୍ଟୋନକୁ ମଧ୍ୟ ନଷ୍ଟ କରିଥାଏ । ଏହା ରୋଗ ପ୍ରତିରୋଧ କ୍ଷମତା ବୃଦ୍ଧି କରିବାରେ ସହାୟକ ହୋଇଥାଏ । ଯଦି ଥଣ୍ଡା ହୋଇଥାଏ, ତା’ହେଲେ ଆପଣ ଲେମ୍ବୁ ପାଣି ପିଅନ୍ତୁ । ଲେମ୍ବୁ ପାଣି ପିଇବା ଦ୍ୱାରା ଏହା ଡିହାଇଡ୍ରେସନରୁ ରକ୍ଷା କରିଥାଏ । ଆଜମା ଆଦି ରୋଗରେ ପୀଡିତ ଥିବା ଲୋକଙ୍କ ପାଇଁ ଲେମ୍ବୁ ପାଣି ଭଲ କାମ କରିଥାଏ ।

• ଲେମ୍ବୁ ପାଣି ଆଲକୋହଲ ପିଇବା ଦ୍ୱାରା ହୋଇଥିବା ନିଶାକୁ ମଧ୍ୟ ନିୟନ୍ତ୍ରଣ କରିଥାଏ । ଲେମ୍ବୁ ପାଣି ପିଇବା ଦ୍ୱାରା ଶରୀର ଠିକ୍ ଭାବରେ କାମ କରିଥାଏ । ଶରୀରରେ ଉତ୍ପନ ହେଉଥିବା ଲାକ୍ଟିକ୍ ଏସିଡଲକୁ କମ୍ କରିବାରେ ସହାୟକ କରିଥାଏ । ଲେମ୍ବୁ ପାଣି ବ୍ୟାକ୍ଟେରିଆ କୁ ମାରିଥାଏ । ଯଦି ଫୁଡ୍ ପଏଜନିଂ ହୋଇଥାଏ, ତା’ହେଲେ ଲେମ୍ବୁ ପାଣି ପିଇଲେ ଏହା ଦୂର କରିଥାଏ । ଯଦି ଆପଣ ପାକସ୍ଥଳି ସଂପର୍କୀତ କିଛି ରୋଗରେ ପୀଡିତ , ତା’ହେଲେ ଲେମ୍ବୁ ପାଣି ପିଇବା ଦ୍ୱାରା ଭଲ ହୋଇଥାଏ ।

ଏହା ବାଦ୍ ସକାଳୁ ସକାଳୁ ଖାଲି ପେଟରେ ଲେମ୍ବୁ ପାଣି ପିଇବାଦ୍ୱାରା ଶରୀରକୁ ଅନେକ ପ୍ରକାରର ଲାଭ ମିଳିଥାଏ । ଆସନ୍ତୁ ଜାଣିବା :

• ଲେମ୍ବୁ ପାଣି ପିଇବାଦ୍ୱାରା ଶରୀରର ଓଜନ ହ୍ରାସ ପାଇବା ସହିତ ତ୍ୱଚା ଆକର୍ଷଣୀୟ ଦେଖା ଯାଇଥାଏ ।

• ସକାଳୁ ସକାଳୁ ଲେମ୍ବୁ ପାଣି ପିଇବାଦ୍ୱାରା ପାଚନ କ୍ରିୟା ନିୟନ୍ତ୍ରିତ ରହିଥାଏ ଏବଂ ପେଟ ଜନିତ କୌଣସି ସମସ୍ୟା ମଧ୍ୟ ଦୂର ହୋଇଥାଏ ।

• ଏହାବ୍ୟତୀତ ଲେମ୍ବୁ ପାଣି ପିଇବାଦ୍ୱାରା ଶରୀରରେ ହେଉଁଥିବା ଯନ୍ତ୍ରଣା ଦୂର ହୋଇଥାଏ । ଏହାସହିତ ଲେମ୍ବୁ ପାଣି ପିଇବାଦ୍ୱାରା ମଧ୍ୟ ଶରୀରରେ ରକ୍ତଶୋଧକ ଏବଂ ବଳବର୍ଦ୍ଧକ ହୋଇଥାଏ ।

• ଲେମ୍ବୁ ପାଣିରେ ସାଧାରଣତଃ ଭିଟାମିନ୍ ବି, କ୍ୟାଲସିୟମ, କାର୍ବୋନିୟମ, ମାଗ୍ନେସିୟମ, କାର୍ବୋହାଇଡ୍ରେଟ୍ ମିଳିଥାଏ ।

• ଲେମ୍ବୁ ପାଣି ଲିଭରକୁ ଠିକ୍ ରଖିଥାଏ । ଯାହାଦ୍ୱାରା ଖାଦ୍ୟ ଆରାମରେ ହଜମ ହୋଇଯାଇଥାଏ ।

• ଲେମ୍ବୁ ଶରୀରରକୁ ଶୀତଳତା ପ୍ରଦାନ କରିଥାଏ ଏଥିପାଇଁ ଗରମ ଦିନରେ ପ୍ରତିଦିନ ଲେମ୍ବୁ ରାଣି ପାଇବା ଆବଶ୍ୟକ ।

• ଅନେକ ସମୟରେ ପେଟରେ ହେଉଥିବା ଯନ୍ତ୍ରଣା କିମ୍ବା ଗ୍ୟାସ୍ , ଗଳାରେ ଜଳାପଡା ଆଦି ସମସ୍ୟାକୁ ମଧ୍ୟ ଲେମ୍ବୁ ପାଣି ପିଇବାଦ୍ୱାରା ଦୂର ହୋଇଥାଏ ।

• ଲେମ୍ବୁରେ ଅଧିକ ମାତ୍ରାରେ ପୋଟାସିୟମ ରହିଥାଏ । ଯାହା ହାଇ ବ୍ଲଡପ୍ରେସର, ମୁଣ୍ଡ ବୁଲାଇବା ଭଳି ସମସ୍ୟା , ବାନ୍ତ, ମାନସିକ ଚାପ ଏବଂ ବିଷାଦ ମଧ୍ୟ ଦୂର ହୋଇଥାଏ ।

• ଏହାଛଡା ହଇଜା ଏବଂ ମ୍ୟାଲେରିଆ ଭଳି ରୋଗକୁ ମଧ୍ୟ ଲେମ୍ବୁ ପାଣି ପିଇ ଠିକ୍ କରାଯାଇ ପାରିବ ।