ଡେଙ୍ଗୁ ଏବଂ ମ୍ୟାଲେରିଆ ଭଳି ସାଂଘାତିକ ଜ୍ୱରରୁ ରକ୍ଷା ପାଇବା ପାଇଁ ଚାଁହାନ୍ତି କି ? ତେବେ ଆପଣନ୍ତୁ ଏହି ପ୍ରକ୍ରିୟା ।

82

ଡେଙ୍ଗୁ ରୋଗରେ ଆକ୍ରାନ୍ତ ହୋଇ ପ୍ରତି ବର୍ଷ ଅନେକ ଲୋକଙ୍କ ଜୀବନ ଚାଲିଯାଉଛି । ଏହାର ମୂଖ୍ୟ କାରଣ ଅପରିଷ୍କାର ପରିବେଶ । ଘର ଚାରି ପାଖରେ ଅଳିଆ ଆବର୍ଜନା ଏବଂ ପାଣି ଜମା ହେବା ଦ୍ୱାରା ସେଥିରେ ମଶା ଅଣ୍ଡା ଦେଇଥାନ୍ତି । ସେଥିରୁ ଅନେକ ପରିମାଣରେ ମଶା ଯାତ ହୋଇ ଲୋକମାନଙ୍କୁ କାମୁଡି ଥାନ୍ତି ଫଳରେ ମ୍ୟାଲେରିଆ, ଡେଙ୍ଗୁ ଏବଂ ଟାଇଫଏଡ ଭଳି ସଂଘାତିକ ଜ୍ୱର ହୋଇଥାଏ । ଖାସ କରି ବର୍ଷା ଦିନେ ଚାରିଆଡେ ପାଣି ଜମି ରହିବାରୁ ଜ୍ୱର ଅଧିକ ମାତ୍ରାରେ ବ୍ୟାପିଥାଏ । ତେଣୁ ଘର ଚାରି ପାଖରେ ଥିବା ଅଳିଆ ଆବର୍ଜନାକୁ ସଫାକରି ପରିବେଶକୁ ସଫାସୁତର ରଖିବା ସହ ଆଖପାଖରେ ଜମି ରହୁଥିବା ପାଣିରେ ଯଦି ଗାଙ୍ଗୁସିଆ ମାଛ ଛାଡି ଦିଆଯାଏ ତେବେ ଡେଙ୍ଗୁ ଏବଂ ଅନ୍ୟାନ୍ୟ ସାଂଘାତିକ ଜ୍ୱରରୁ ରକ୍ଷା ମିଳିପାରିବ ।

କଥାରେ ଅଛି ମାଛ ଖାଇଲେ ଶକ୍ତି ମିଳେ । କିନ୍ତୁ ଆପଣଙ୍କୁ ଯଦି କିଏ କହେ ମାଛ ପାଳିଲେ ରୋଗ ଦୂର ହୋଇଯାଏ, ତା’ହେଲେ ଆପଣ ନିଶ୍ଚିତ ଆଶ୍ଚର୍ୟ୍ୟ ହୋଇଯିବେ । କିନ୍ତୁ ଏହା ଶତପ୍ରତିଶତ ସତ ଓ ସରକାର ମଧ୍ୟ ଏଥି ପ୍ରତି ଗୁରୁତ୍ୱ ଦେଉଛନ୍ତି । ସୂଚନା ମୁତାବକ ଗମ୍ବୁସିଆ ନାମକ ମାଛର ବିଶେଷତ୍ୱ ହେଲା, ଏହା ପାଣିରେ ବୃକ୍ଷ ଲତା ଖାଇବା ବଦଳରେ ମଶାମାନେ ଦେଉଥିବା ଡିମ୍ବକୁ ଖାଇବାକୁ ପସନ୍ଦ କରିଥାଏ । ଏହା ଫଳରେ ମଶା ସଂଖ୍ୟା କମିଯାଏ ଓ ଆଖପାଖରେ ବସବାସ କରୁଥିବା ଲୋକଙ୍କୁ ମଶାଦ୍ୱାରା ହେଉଥିବା ଡେଙ୍ଗୁ ମ୍ୟାଲେରିଆ ହେବାର ଭୟ ଦୂର ହୋଇଯାଏ ।

ଦିଲ୍ଲୀରେ ବେଳେବେଳ ଡେଙ୍ଗୁ ଓ ମେଲେରିଆ ମହାମାରୀର ରୂପ ନେଇଯାଏ । ମଶା ମାରିବା ପାଇଁ ବିଭିନ୍ନ ସ୍ଥାନରେ କୀଟନାଶକ ପକା ଯାଉଛି କିନ୍ତୁ କୀଟନାଶକ ପ୍ରୟୋଗ ଦ୍ୱାରା ପରିବେଶ ଉପରେ କୁପ୍ରଭାବ ପଡୁଛି । ଏହାକୁ ନଜରରେ ରଖି ସରକାର ଜୈବିକ ଉପାୟରେ କିପରି ମଶାବଂଶ ବୃଦ୍ଧି ରୋକା ଯାଇପାରିବ ସେଥିପ୍ରତି ଧ୍ୟାନ ଦେଉଛନ୍ତି । ଯେଉଁ ସବୁ ସ୍ଥାନରେ ମଶାମାନେ ବଂଶ ବୃଦ୍ଧି କରିବାର ଆଶଙ୍କା ଅଛି ସେହି ସବୁ ଅଞ୍ଚଳରେ ପାଣି ଜମାଥିବା ସ୍ଥାନରେ ଗମ୍ବୁସିଆ ମାଛକୁ ଛାଡୁଛନ୍ତି ।