ନିୟମିତ ବାଦାମ ଖାଆନ୍ତୁ ! ପାଖ ମାଡିବନି ହୃଦଘାତ ଓ ପେଟ ଜନିତ ସମସ୍ୟା

85

ଚଟାପଟା ଖାଦ୍ୟରେ ଲୋକମାନେ ବାଦାମ ଖାଇବାକୁ ପସନ୍ଦ କରିଥାନ୍ତି । ତେବେ ପ୍ରତିଦିନ ବାଦାମ ଖାଇବା ଶରୀର ପକ୍ଷେ କେତେ ଉପକାରୀ ତାହା ଜାଣିଲେ ଆପଣ ଆଶ୍ଚଯ୍ୟ ହେବେ । ୟୁନିଭରସିଟି ଅଫ୍ ପେନସାଇଲଭାନିଆ ରିପୋର୍ଟ ଅନୁଯାୟୀ, ପେଟ ସମସ୍ୟା ଓ ହୃଦଘାତ ଜନତି ସମସ୍ୟା ପାଇଁ ବାଦାମ ଏକ ମହୋଷଧି ଭଳି କାମ କରେ । ପ୍ରତିଦିନ ବାଦାମ ଖାଇବା ଦ୍ୱାରା ପେଟ ଓ ହୃଦୟ ଜନିତ ଭଳି ସମସ୍ୟା କମ ହୋଇଥାଏ ବୋଲି ଜଣାପଡିଛି । ୟୁନିଭରସିଟି ଅଫ୍ ପେନସାଇଲଭାନିଆର ଅଧ୍ୟୟନକର୍ତ୍ତାଙ୍କ କହିବା ଅନୁଯାୟୀ, ପ୍ରତିଦିନ ୮୫ ଗ୍ରାମର ବାଦାମ ଖାଉଥିବା ଲୋକଙ୍କ କ୍ଷେତ୍ରରେ ହୃଦଘାତ ଜନିତ ସମସ୍ୟା କମ ଦେଖା ଯାଇଥାଏ । ବାଦାମ ଖାଇବା ଦ୍ୱାରା ରକ୍ତରେ ଦେଖାଯାଉଥିବା ବିଷାକ୍ତ କାରକ ଗୁଡିକ ନଷ୍ଟ ହୋଇଥାଏ ।

imagesସାଧାରଣତଃ ରକ୍ତରେ ଦେଖାଯାଉଥିବା ବିଷାକ୍ତ କାରକ ଗୁଡିକୁ ରକ୍ତ ଧମନୀରେ ଜମିଥାଏ । ଏପରି ହେବା ଦ୍ୱାରା ରକ୍ତ ପ୍ରବାହରେ ମଧ୍ୟ ଅସୁବିଧା ସୃଷ୍ଟି ହୋଇଥାଏ । ରକ୍ତ ପ୍ରବାହ ବନ୍ଦ ହେବା ଫଳରେ ଧମନୀ ବନ୍ଦ ହୋଇଯାଇଥାଏ । ଯାହାଫଳରେ ହୃଦଘାତ ଭଳି ସମସ୍ୟା ଦେଖା ଯାଇଥାଏ । ତେବେ ଏଭଳି ସମସ୍ୟା ଦୂର କରିବା ପାଇଁ ବାଦାମ ଔଷଧ ଭଳି କାମ କରିଥାଏ । ବାଦାମ ଖାଇବା ଦ୍ୱାରା ଧମନୀ ସଫା ରହିଥାଏ । ଧମନୀକୁ ଠିକ୍ ଭାବେ ରକ୍ତପ୍ରବାହ ହୋଇଥାଏ । ଏପରିକି ଧମନୀରେ ବିଷାକ୍ତ କାରକ ଗୁଡିକୁ ଜମିବାକୁ ଦେଇନଥାଏ । ଏହାଦ୍ୱାରା ଉଭୟ ହାର୍ଟ ଓ ପେଟ ଠିକ୍ ରହିଥାଏ ।

କେବଳ ଏତିକି ନୁହେଁ ବାଦାମରୁ ମିଳୁଥିବା ଏକ ପ୍ରକାର ଏମିନୋ ଏସିଡି ରକ୍ତଚାପକୁ ନିୟନ୍ତ୍ରଣ ରଖିବାରେ ସହାୟକ ହୋଇଥାଏ । ତେଣୁ ଯଦି ଆପଣଙ୍କର ରକ୍ତଚାପ ଭଳି ସମସ୍ୟା ଦେଖା ଯାଉଥାଏ ତେବେ ବାଦାମ ଖାଇବା ଶରୀର ପକ୍ଷେ ହିତକାରକ ସାବ୍ୟସ୍ତ ହୋଇଥାଏ ।

ସୌଜନ୍ୟ : ଆଜତକ୍