SOURCE : Food & Nutrition Magazine
ଡାକ୍ତରମାନେ କହନ୍ତି ଯେ ଖଜୁରୀରେ ଏମିତି ଅନେକ ଗୁଣ ରହିଛି ଯାହାକୁ ଗୁଡ଼ାଏ ସମସ୍ୟାକୁ ଦୂରେଇ ଦେଇପାରେ। ଆପଣ ଦୈନିକ ଅତି କମରେ ୧୦ଟି ଖଜୁରୀ ଖାଇଲେ ଅନେକ ସମସ୍ୟାର ସମାଧାନ ହୋଇପାରିବ।
ଏହା କୋଲେଷ୍ଟ୍ରୋଲ୍ ଫ୍ରି ହୋଇଥିବାରୁ ଏହାକୁ ଯେତେ ଖାଇଲେ ବି ଶରୀରରେ ଚର୍ବି ଜମେ ନାହିଁ। ଏଥିରେ ମିଠା ଭାଗ ଥିଲେ ବି ତାହା ଶରୀର ପାଇଁ ଆଦୌ କ୍ଷତିକାରକ ନୁହେଁ ବୋଲି ଡାକ୍ତରମାନେ କହିଛନ୍ତି।
ଖଜୁରୀରେ ପ୍ରଚୁର ପରିମାଣର ପ୍ରୋଟିନ ରହିଛି। ଏହାକୁ ଖାଇବା ଦ୍ୱାରା କେଶ ଝଡ଼ିବା, ଆଖି ତଳ କଳା ପଡ଼ିବା ଆଦି ସମସ୍ୟା ଦୂର ହୋଇଥାଏ।
ଏଥିରେ ଭିଟାମିନ୍ ବି୧, ବି୨, ବି୩ ଏବଂ ବି୫ ଆଦି ଭିଟାମିନ୍ ରହିଛି। ଏହାର ଅର୍ଥ ହେଉଛି ଦିନକୁ ୧୦ଟି ଖଜୁରୀ ଖାଇବା ଦ୍ୱାରା ଶରୀରକୁ ପ୍ରଚୁରର ପରିମାଣର ଭିଟାମିନ ମିଳିଥାଏ।
ଏହା ଏକ ଶକ୍ତି ପ୍ରଦାନକାରୀ ଖାଦ୍ୟ। ଆପଣ ଏହାକୁ ନିଜ ବ୍ୟାଗରେ ରଖି ଅଫିସ୍ କିମ୍ବା ଯାତ୍ରା ସମୟରେ ଖାଇପାରନ୍ତି।
ଏଥିରେ ପ୍ରଚୁର ପରିମାଣର ପଟାସିୟମ ସହିତ ସୋଡିୟମ୍ ଭାଗ କମ୍ ରହିଥାଏ। ଏହା ଆପଣଙ୍କୁ ସୁସ୍ଥ ରଖିବାରେ ସହାୟ ହେବ।
ଖଜୁରୀରେ ପ୍ରଚୁର ପରିମାଣର ଆଇରନ୍ ଭାଗ ବି ରହିଛି। ଯେଉଁମାନଙ୍କ ଶରୀରରେ ଆଇରନ୍ କମ୍ ଅଛି ସେମାନେ ଖଜୁରୀ ଖାଇ ଶରୀର ସନ୍ତୁଳନ ରକ୍ଷା କରିପାରିବେ।
ଏହା ଚର୍ବି ଲାଗେ ନାହିଁ ସତ ମାତ୍ର ଓଜନ ବଢ଼ାଇବାରେ ସାହାଯ୍ୟ କରେ। ଏହା ରକ୍ତଚାପକୁ ଆୟତ୍ତରେ ରଖେ। ପେଟ ସମସ୍ୟା ଦୂର କରେ।
ଏଥିରେ ପ୍ରଚୁର ପରିମାଣର ଭିଟାମିନ୍ ଥିବାରୁ ଶରୀରକୁ ଯୁବା ରଖିବା ସହ ମୁଖମଣ୍ଡଳର ଉଜ୍ଜ୍ୱଳତା ବଢ଼ାଏ।
Follow Us