ପ୍ରତିଦିନ ଖାଇଲେ ଧନିଆ ପତ୍ର, ଶରୀରର ଏହି ପାଂଚଟି ସମସ୍ୟା ହେବ ଦୂର

70

ଧନିଆ ପତ୍ର ଖାଦ୍ୟାର ସ୍ୱାଦ ବଢ଼ାଇବା ସହ ଶରୀର ପ୍ରତି ଅନେକ ଲାଭଦାୟକ ମଧ୍ୟ । ଏତିରେ ଥିବା ଔଷଧୀୟ ଗୁଣ ଶରୀରକୁ ରୋଗମୁକ୍ତ ରଖିଥାଏ । ତେବେ ଆସନ୍ତୁ ଜାଣିବା ପ୍ରତିଦିନ ଧନିଆ ପତ୍ର ଖାଇବା ଦ୍ୱାରା କ’ଣ କ’ଣ ଲାଭ ମିଳିଥାଏ ।

• ଏଥିରେ ପ୍ରୋଟିନ୍, କାର୍ବୋହାଇଡ୍ରେଟ, ଫାଇବର, ଆଇରନ୍, ମିନେରାଲସ୍ ଇତ୍ୟାଦି ପୋଷକ ତତ୍ୱ ରହିଥାଏ । ଯାହା ଶରୀରକୁ ସୁସ୍ଥ ରଖିଥାଏ । ଏହାକୁ ଖାଇବା ଦ୍ୱାରା ପାଚନ ଶକ୍ତି ମଧ୍ୟ ବଢ଼ିଥାଏ ।

• ପ୍ରତିଦିନ ଧନିଆ ଖାଇବା ଦ୍ୱାରା ଆସ୍ଥମା ରୋଗ ଦୂର ହୋଇଥାଏ । ସେଥିପାଇଁ ଧନିଆ ପତ୍ର ଏବଂ ମିଶ୍ରିକୁ ଭଲ ଭାବରେ ବାଟି ଦିଅନ୍ତୁ । ଏହା ପରେ ଆସ୍ଥମା ରୋଗୀକୁ ଗୋଟେ ଚାମଚ ଧନିଆ-ମିଶ୍ରି ବଟାକୁ ଚାଉଳ ପାଣି ସହ ପିଇବା ପାଇଁ ଦିଅନ୍ତୁ ।

• ଏହା ଶରୀରର ଥକାପଣ ଦୂର କରିଥାଏ । ଯଦି ଆପଣଙ୍କୁ ଥକା ଲାଗୁଛି ବା ମୁଣ୍ଡ ବୁଲାଉଛି, ତେବେ ଧନିଆ ଜୁସ୍ ସକାଳେ ଏବଂ ରାତିରେ ପିଅନ୍ତୁ । ଏହି ଜୁସ୍ ତିଆରି କରିବା ପାଇଁ ଧନିଆ ସହ କିଛି ମିଶ୍ରି ଏବଂ ପାଣି ମିଶାନ୍ତୁ ।

• ଧନିଆରେ ଭିଟାମିନ ଏ ର ପରିମାଣ ଅଧିକ ପରିମାଣରେ ଥାଏ । ଯାହା ଆଖି ପାଇଁ ଖୁବ୍ ଭଲ । ଯେଉଁ ପିଲାମାନଙ୍କୁ କମ ବୟସରୁ ଦେଖିବାରେ ଅସୁବିଧା ହୋଇଥାଏ,ସେମାନଙ୍କୁ ଧନିଆ ଖାଇବା ଅତ୍ୟନ୍ତ ଆବଶ୍ୟକ ।

• ଏହାକୁ ଖାଇବା ଦ୍ୱାରା ପେଟ ଓ ଗ୍ୟାସଜନିତ ସମସ୍ୟା ଦୂର ହୋଇଥାଏ । ଧନିଆକୁ ଲସି ସହ ମିଶାଇ ପିଇବା ଦ୍ୱାରା ପେଟ ସମସ୍ୟା ଦୂର ହୋଇଥାଏ ।