ପ୍ରତିଦିନ ଖାଆନ୍ତୁ ୨ରୁ ୩ଟି ଅଣ୍ଡା : ଶରୀରର ମାଂସପେଶୀକୁ ମଜବୁତ କରିବା ସହ ମସ୍ତିଷ୍କ ବିକାଶରେ ହେବ ସହାୟକ

46

ଜଳଖିଆରେ ବହୁ ଲୋକ ଅଣ୍ଡା ଖାଇବାକୁ ପସନ୍ଦ କରନ୍ତି । କାରଣ ଏଥିରେ ଥିବା ପ୍ରୋଟିନ,କ୍ୟାଲସିୟମ ଓ ଓମେଗା ଥ୍ରିି ଫ୍ୟାଟି ଏସିଡ ଶରୀରର ମାଂସପେଶୀକୁ ମଜବୁତ କରିଥାଏ । ଏହାକୁ ଖାଇବା ଦ୍ୱାରା ଶରୀରକୁ ଶକ୍ତି ମିଳିଥାଏ । ଏହା ବ୍ୟତୀତ ଏହା ଚର୍ମ ଏବଂ କେଶକୁ ଫାଇଦା ମିଳିଥାଏ । ଦିନକୁ ୩ଟି ଅଣ୍ଡା ଖାଇବା ଦ୍ୱାରା ବିଭିନ୍ନ ଫାଇଦା ମିଳିଥାଏ । ଆସନ୍ତୁ ଜାଣିବା ଏହାକୁ ଖାଇବା ଦ୍ୱାରା କେଉଁ ପରିବର୍ତ୍ତନ ଆସିଥାଏ । ଅଣ୍ଡାରେ ୯୫ ପ୍ରତିଶତ ପ୍ରୋଟିନ ରହିଥାଏ । ଏହା ଖୁବ ଶୀଘ୍ର ହଜମ ହୋଇଯାଏ । ଗୋଟିଏ କକୁଡ଼ାର ଅଣ୍ଡାରେ ୧୨ ପ୍ରକାରର ଭିଟାମିନ, ପ୍ରତ୍ୟେକ ମୁଖ୍ୟ ମିନେରାଲ,ସ୍ୱାସ୍ଥ୍ୟ ପାଇଁ ଲାଭକାରୀ ଫ୍ୟାଟି ଏସିଡ ରହିଥାଏ, ଯାହା ହୃତପିଣ୍ଡ ଏବଂ ରକ୍ତ କଣିକା ପାଇଁ ଲାଭକାରୀ ।

ଅଣ୍ଡାରେ ଥିବା କୋଲିନ ମସ୍ତିଷ୍କ ବିକାଶରେ ସାହାଯ୍ୟ କରିଥାଏ । ଆମିନୋ ଏସିଡ ଶକ୍ତି ପ୍ରଦାନ କରିଥାଏ । ଗୋଟିଏ କୁକୁଡ଼ାର ଅଣ୍ଡାରେ ୧୫୫ କିଲୋ କ୍ୟାଲୋରୀ ଶକ୍ତି ରହିଥାଏ । ଏହା ମେଟାବୋଲିଜିମକୁ ବଢାଏ । ଏହା ସହିତ ଓଜନ ହ୍ରାସ ହେବାରେ ମଧ୍ୟ ସାହାଯ୍ୟ କରିଥାଏ । ଏହା ବ୍ୟତୀତ ଶିଶୁର ବିକାଶରେ ମଧ୍ୟ ସାହାଯ୍ୟ କରିଥାଏ । ଗର୍ଭବତୀ ମହିଳାଙ୍କ ପାଇଁ ଏହା ଖୁବ ଲାଭକାରୀ ।