ଜୁସ ପିଇବାକୁ କାହାକୁ ବା ଭଲ ନ ଲାଗେ । ଏହା ସହ ଜୁସ ପିଇବା ଦ୍ୱାରା ଆମକୁ ଅନେକ ପୋଷକ ତତ୍ୱ ମିଳେ, ଯାହା ଆମ ଶରୀର ପାଇଁ ବହୁତ ଉପକାରୀ । ଆସନ୍ତୁ ଆଜି ଆପଣଙ୍କୁ ଗାଜର ଜୁସ ତିଆରି କରିବାର ସହଜ ଉପାୟ ଜଣାଇବୁ । ଏହି ଜୁସ ଆମ ଶରୀର ପାଇଁ ବହୁତ ଲାଭକାରୀ । ଆଜି ଆମେ ଆପଣଙ୍କୁ ନିୟମିତ ରୂପେ ଗାଜର ଖାଇବାର ଫାଇଦା ବିଷୟରେ ଜଣାଇବୁ , ଯାହା ଆପଣ ହୁଏତ ନଜାଣିଥାଇପାରନ୍ତି ।
• ଗାଜର ଖାଇବା ଦ୍ୱାରା ଶରୀରରେ କୋଲେଷ୍ଟ୍ରଲର ମାତ୍ରା କମ ହୁଏ । ଯାହାକୁ ଗାଜର ଖାଇବା ପସନ୍ଦ ନୁହେଁ , ସେମାନେ ଏହାକୁ ଜୁସ କରି ମଧ୍ୟ ପିଇ ପାରିବେ ।
• ଗାଜରରେ ପୋଟାସିୟମ ଅଧିକ ଥିବାରୁ ଆପଣଙ୍କ ଶରୀରରେ ରକ୍ତ ପ୍ରବାହକୁ ଠିକ କରିବ ।
• ଗାଜରରେ ଅନେକ ଆଣ୍ଟିସେପ୍ଟିକ ଓ ଜୀବାଣୁ ନାଶକ କ୍ଷମତା ଥାଏ, ଯାହା ଶରୀରର ପ୍ରତିରକ୍ଷା କ୍ଷମତାକୁ ବଢ଼ାଏ । ଏହା ହି ନୁହେଁ ଗାଜର ଭିଟାମିନ ସି ର ଗନ୍ଥା ଘର, ଯାହାକି ଶ୍ୱେତ ରକ୍ତ କଣିକାର ଗତିବିଧିକୁ ଉତ୍ତେଜିତ କରେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2018/05/carrot-juice-juice-carrots-vegetable-juice-162670-4.jpeg)