କନକ ବ୍ୟୁରୋ : ମହିଳାଙ୍କୁ ମିଳିଲା ସବୁଜ ପତ୍ରିକା । ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନାରେ ସବୁଜ ପତ୍ରିକା ବଣ୍ଟନ କରିଛନ୍ତି ଶ୍ରମମନ୍ତ୍ରୀ ସାରଦା ନାୟକ । ଓଡିଶା ସବୁଜ ପତ୍ରିକା ମହିଳା ମହାସଂଘର ହିତାଧିକାରୀଙ୍କୁ କାର୍ଡ ପ୍ରଦାନ କରିଛନ୍ତି ମନ୍ତ୍ରୀ ।

Advertisment

ସାରଦା ନାୟକ କହିଛନ୍ତି, ଆଜି କେବଳ ମହିଳା ମହାସଂଘର ସଦସ୍ୟଙ୍କ ସହ ଆଲୋଚନା କରି କାର୍ଡ ପ୍ରଦାନ କରାଯାଇଛି । ଖୁବଶୀଘ୍ର ଏହି ହିତାଧିକାରୀମାନଙ୍କ ପାଇଁ କିଛି ନୂଆ ନିଷ୍ପତି ନେବେ ମୁଖ୍ୟମନ୍ତ୍ରୀ । ଗ୍ରାମାଞ୍ଚଳରେ ଥିବା ଗ୍ରୀନକାର୍ଡଧାରୀ ମହିଳାଙ୍କୁ ଆବଶ୍ୟକୀୟ ସୁବିଧା ସୁଯୋଗ ଯୋଗାଇ ଦେବାକୁ ଦାବି କରି ଆସୁଥିଲା ସଂଘ । ଫ୍ୟାମିଲି ପ୍ଲାନିଂ କରିଥିବା ମହିଳାଙ୍କ ପାଇଁ ରାଜ୍ୟ ସରକାର କି କି ପ୍ରକାର ପଦକ୍ଷେପ ନେବେ ତାହା ଖୁବଶୀଘ୍ର ସ୍ପଷ୍ଟ ହୋଇଯିବ ବୋଲି କହିଛନ୍ତି, ଓଡିଶା ସବୁଜ ପତ୍ରିକା ମହିଳା ମହାସଂଘର ସଭାନେତ୍ରୀ ।