କନକ ବ୍ୟୁରୋ: ଜାତୀୟ ସାମାଜିକ ସୁରକ୍ଷା ଯୋଜନାରେ ଅନ୍ତର୍ଭୁକ୍ତ ଥିବା ହିତାଧିକାରୀଙ୍କୁ ମିଳିବ ଅଗ୍ରୀମ ଭତ୍ତା । ୩ ମାସର ଆଗୁଆ ଭତ୍ତା ପ୍ରଦାନ ନେଇ ସୂଚନା ଦେଲେ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା । ହିତାଧୀକାରୀମାନେ ସେମାନଙ୍କର ଜୁନ୍, ଜୁଲାଇ ଏବଂ ଅଗଷ୍ଟ ମାସର ଭତ୍ତା ଆଗୁଆ ପାଇବେ । ମଧୁବାବୁ ପେନସନ ଯୋଜନାରେ ଥିବା ହିତାଧିକାରୀଙ୍କୁ ମଧ୍ୟ ଆଗୁଆ ଭତ୍ତା ପ୍ରଦାନ କରାଯିବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି । ଏହି ନିଷ୍ପତ୍ତି ଦ୍ୱାରା ଅନେକ ହିତାଧିକାରୀ ଉପକୃତ ହେବେ । ତେବେ ଦେଢ ଲକ୍ଷ ହିତାଧିକାରୀଙ୍କୁ ଇ-ପେମେଣ୍ଟ ଜରିଆରେ ଭତ୍ତା ପ୍ରଦାନ କରାଯିବ । ଏହାସହ ଅନ୍ୟ ସମସ୍ତଙ୍କୁ ଘରେ ପେନସନ ଦିଆଯିବ ବୋଲି ମନ୍ତ୍ରୀ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।
#ମିଳିବ_୩_ମାସର#ଅଗ୍ରୀମ_ଭତ୍ତା
ହିତାଧିକାରୀଙ୍କୁ ମିଳିବ ୩ ମାସର ଅଗ୍ରୀମ ଭତ୍ତା
ଜୁନ, ଜୁଲାଇ, ଅଗଷ୍ଟ ମାସର ଭତ୍ତା ଆଗୁଆ ଦିଆଯିବ
ମଧୁବାବୁ ପେନସନ ଯୋଜନା ହିତାଧିକାରୀଙ୍କୁ ମିଳିବ#Pension#Odishapic.twitter.com/ItCUXgnZQF— Kanak News (@kanak_news) June 4, 2021
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2021/06/old-age-pension-beneficiaries.jpg)