କନକ ବ୍ୟୁରୋ: ଏଣିକି ପୂର୍ବ ଭଳି ନଗଦ ଆକାରରେ ମିଳିବ ଭତା ଟଙ୍କା । ଭତା ଟଙ୍କା ପାଇବା ପାଇଁ ବହୁ ହିତାଧିକାରୀ ହାଇରାଣ ହେବା ଖବର ସାମନାକୁ ଆସିବା ପରେ, ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନେଇଛନ୍ତି ରାଜ୍ୟ ସରକାର । ନିଷ୍ପତି ଅନୁସାରେ, ମଧୁ ବାବୁ ପେନସନ ଯୋଜନାରେ ମିଳୁଥିବା ଭତା ଟଙ୍କା ଆଉ ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଂଟକୁ ଯିବନି । ପୂର୍ବଭଳି ସିଧାସଳଖ ନଗଦ ଆକାରରେ ଭତା ମିଳିବ । ପ୍ରତି ମାସ ୧୫ ତାରିଖରେ ହିଁ ଭତା ଟଙ୍କା ଦିଆଯିବ । ଜୁନ୍ ମାସରୁ ଏହା ଲାଗୁ ହେବ ।

Kanak News is now on WhatsApp
Join and get latest news updates delivered to you via WhatsApp
ଭତା ଟଙ୍କା ପାଇବା ପାଇଁ ବହୁ ହିତାଧିକାରୀ ବ୍ୟାଙ୍କକୁ ଯିବା ପାଇଁ ଏଭଳି ଦହଗଞ୍ଜ ହେବା ଖବର ବାରମ୍ବାର ସାମ୍ନାକୁ ଆସିବା ପରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନେଇଛନ୍ତି ରାଜ୍ୟ ସରକାର ।
ନଗଦ ଆକାରରେ ମିଳିବ ଭତ୍ତା ଟଙ୍କା
ବୟସ୍କ, ଦିବ୍ୟାଙ୍ଗଙ୍କୁ ଘରେ ଦେବା ବ୍ୟବସ୍ଥା
ହିତାଧିକାରୀଙ୍କ ସମସ୍ୟାକୁ ଆଖିରେ ରଖି ମଧୁବାବୁ ପେନସନ ଯୋଜନାକୁ ନେଇ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନେଇଛନ୍ତି ରାଜ୍ୟ ସରକାର । ଏଣିକି ବ୍ୟାଙ୍କ ଯିବାକୁ ପଡିବନି ପଂଚାୟତ କାର୍ଯ୍ୟାଳୟରେ ହିତାଧିକାରୀ ପାଇବେ ଭତା ଟଙ୍କା । ନିଷ୍ପତି ଅନୁସାରେ ମଧୁବାବୁ ପେନସନ ଯୋଜନାରେ ମିଳୁଥିବା
ଭତ୍ତା ଟଙ୍କା ଆଉ ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଂଟକୁ ଯିବନି
ପୂର୍ବଭଳି ସିଧାସଳଖ ନଗଦ ଆକାରରେ ଭତ୍ତା ଟଙ୍କା ମିଳିବ
ପ୍ରତି ମାସ ୧୫ ତାରିଖରେ ହିଁ ଭତା ଟଙ୍କା ଦିଆଯିବ
ବୟସ୍କ, ଦିବ୍ୟାଙ୍ଗ ହିତାଧିକାରୀମାନଙ୍କୁ ଘରେ ଭତ୍ତା ଟଙ୍କା ଦିଆଯିବ
ଜୁନ୍ ମାସରୁ ଏହା ଲାଗୁ ହେବ ଓ ଭତା ପ୍ରଦାନରେ ପଂଚାୟତିରାଜ ସଂସ୍ଥାକୁ ସାମିଲ କରାଯିବ । ଏହି ବ୍ୟବସ୍ଥା କରିବାକୁ ସମସ୍ତ ଜିଲ୍ଲାପାଳ ଓ ସମସ୍ତ ପୌର କର୍ତୁପକ୍ଷଙ୍କୁ ସାମାଜିକ ନ୍ୟାୟ ଓ ସଶକ୍ତିକରଣ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ।
ରାଜ୍ୟର ପ୍ରାୟ ୨୮ଲକ୍ଷ ୩୮ହଜାର ୭୦୪ ଜଣ ହିତାଧିକାରୀ ମଧୁବାବୁ ପେନସନ୍ ଯୋଜନାରେ ଭତା ପାଉଛନ୍ତି । ସେଥିମଧ୍ୟରୁ ୮୦ବର୍ଷରୁ ଅଧିକ ବୟସ୍କ ହିତାଧିକାରୀଙ୍କ ସଂଖ୍ୟା ପ୍ରାୟ ୧ଲକ୍ଷ ୮୩ ହଜାର, ୮୦ବର୍ଷ ଭିତରେ ପ୍ରାୟ ୨୬ଲକ୍ଷରୁ ଅଧିକ ହିତାଧିକାରୀ ରହିଛନ୍ତି । ଏବେ ରାଜ୍ୟ ସରକାର ପୁଣି ଭତା ଟଙ୍କା ପଂଚାୟତ କାର୍ଯ୍ୟାଳୟରେ କେନ୍ଦ୍ରରେ ନଗଦ ଟଙ୍କା ବଂଟନ କରିବା ଖବର ହିତାଧିକାରୀଙ୍କ ମୁହଁରେ ହସ ଫୁଟାଇଛି ।
ଗତବର୍ଷଠୁ ଭତା ବଂଟନରେ ସ୍ୱଚ୍ଛତା ଆଣିବା ପାଇଁ ଡିବିଟି ଜରିଆରେ ହିତାଧିକାରୀଙ୍କ ଆକାଉଂଟକୁ ସିଧାସଳଖ ଟଙ୍କା ପଠାଯାଉଥିଲା । କିନ୍ତୁ ବିଭିନ୍ନ ବୈଷୟିକ ତ୍ରୁଟି ଯୋଗୁଁ ଏହା ହିତାଧିକାରୀଙ୍କ ସୁବିଧା ହେବା ବଦଳରେ ଅସୁବିଧା ସୃଷ୍ଟି କରିଥିଲା । ତେଣୁ ପୂର୍ବ ଭଳି ଭତା ଟଙ୍କା ନଗଦ ଆକାରରେ ଦେବା ପାଇଁ ରାଜ୍ୟ ସରକାର ନିଷ୍ପତି ନେଇଛନ୍ତି । ଯାହାକୁ ସାରା ରାଜ୍ୟର ହିତାଧିକାରୀ ସ୍ୱାଗତ କରିଛନ୍ତି ।