ସଚେତନ ହେଉଛନ୍ତି ଲୋକେ: ନବରଙ୍ଗପୁରରେ ଭତ୍ତା ବଂଟନ ବେଳେ ସାମାଜିକ ଦୂରତା ରକ୍ଷା କରି ଟଙ୍କା ନେଲେ ହିତାଧିକାରୀ; ସେପଟେ ଭିଡ ପାଇଁ ରାୟଗଡାରେ ବଜାରରୁ ଉଠିଗଲା ଆମିଷ ଦୋକାନ

238

କନକ ବ୍ୟୁରୋ: ସରକାରଙ୍କ ବିଭିନ୍ନ ସଚେତନତା ଉଦ୍ୟମ ସଫଳ ହେଉଥିବା ଦେଖିବାକୁ ମିଳିଛି । ଲୋକେ ମଧ୍ୟ ଧୀରେ ଧୀରେ ସଚେତନ ହେଉଥିବା ଦେଖିବାକୁ ମିଳିଛି ନବରଙ୍ଗପୁର । ନବରଙ୍ଗପୁରରେ ଭତା ବଂଟନ ବେଳେ ସାମାଜିକ ଦୂରତା ରକ୍ଷା କରି ଭତା ଟଂକା ନେଇଛନ୍ତି ହିତାଧିକାରୀ । ଏହି ସମୟରେ ଲୋକଙ୍କୁ ମାସ୍କ ବଂଟନ କରି ଏହାର ବ୍ୟବହାର ନେଇ ଲୋକଙ୍କୁ ସଚେତନ କରିଛନ୍ତି ଅଧିକାରୀ ।

ରାୟଗଡାରେ କରୋନା ମୁକାବିଲା ପାଇଁ ସାମାଜିକ ଦୂରତା ରକ୍ଷା ଉପରେ ଗୁରୁତ୍ୱ ଦେଇ ଆସୁଥିଲା ପ୍ରଶାସନ । ତେବେ ଆମିଷ ବଜାରରେ ଏହା ପାଳନ କରିବାରେ ଲୋକେ ସମସ୍ୟା ସୃଷ୍ଟି କରିଥିଲେ । ଶେଷରେ ବାଧ୍ୟ ହୋଇ ଜିଲ୍ଲା ପ୍ରଶାସନ ଆମିଷ ବଜାରକୁ ଜିସିଡି ହାଇସ୍କୁଲ ପଡିଆକୁ ଉଠାଇ ଦେଇଛନ୍ତି । ସହର ଭିତରେ ମାଛ , ଚିକେନ ଓ ମାଂସ ଦୋକାନ ଗୁଡିକରେ ପ୍ରବଳ ଭିଡକୁ ଏଡାଇବାକୁ ପାଇଁ ଏପରି ନିଷ୍ପତି ନେଇଛି ପ୍ରଶାସନ ।