କନକ ବ୍ୟୁରୋ : କେବଳ ଭୁବନେଶ୍ୱରକୁ ଛାଡି ସାରା ରାଜ୍ୟରେ ଦିଆଯାଉଛି କୋଭିସିଲ୍ଡ ଟିକା । ତେଣୁ କୋଭିସିଲ୍ଡ ଟିକାର ପ୍ରଥମ ଡୋଜ୍ ନେଇଥିବା ଲକ୍ଷ ଲକ୍ଷ ଲୋକ ଏବେ ଦ୍ୱିତୀୟ ଡୋଜ୍ ନେବାକୁ ଅପେକ୍ଷା କରିଛନ୍ତି । ଏଭଳି ସମୟରେ କୋଭିସିଲ୍ଡ ଟିକାର ଟିକାକରଣ ନିୟମକୁ ବଦଳାଇଛି ସ୍ୱାସ୍ଥ୍ୟ ବିଭାଗ । ଯେଉଁମାନେ କୋଭିସିଲ୍ଡ ଟିକାର ପ୍ରଥମ ଡୋଜ୍ ନେଇଛନ୍ତି ସେମାନଙ୍କୁ ୪୨ ଦିନ ପୂର୍ବରୁ ଟିକାର ଦ୍ୱିତୀୟ ଡୋଜ୍ ଦିଆଯିବ ନାହିଁ ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଛି ।
ତେଣୁ ଯେଉଁମାନେ ପ୍ରଥମ ଡୋଜ୍ ନେବାର ୪ ରୁ ୬ ସପ୍ତାହ ମଧ୍ୟରେ ଟିକା ନେବାକୁ ଆସୁଛନ୍ତି ସେମାନଙ୍କୁ ଦ୍ୱିତୀୟ ଡୋଜ୍ ଦେବାକୁ ମନା କରାଯାଇଛି । ଅର୍ଥାତ ଯେଉଁମାନେ କୋଭିସିଲ୍ଡ ଟିକାର ପ୍ରଥମ ଡୋଜ୍ ନେଇଛନ୍ତି ସେମାନଙ୍କୁ ୪୨ ଦିନ ପୂର୍ବରୁ ଦ୍ୱିତୀୟ ଡୋଜ୍ ଦିଆଯିବ ନାହିଁ । ୪୨ ଦିନ ପରେ ଦ୍ୱିତୀୟ ଡୋଜ୍ ଦିଆଯିବ । ଏନେଇ ପଦକ୍ଷେପ ନେବାକୁ ରାଜ୍ୟର ସମସ୍ତ ଜିଲ୍ଲାପାଳ, ମୁନସିପାଲ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/05/shutterstock_1506051596_1.jpg)