କନକ ବ୍ୟୁରୋ : ମିଳୁନି ପିଡ଼ିଏସ ଚାଉଳ, ହିତାଧିକାରୀ ହିନସ୍ତା। ୪ରୁ ୫ଥର ପଞ୍ଚାୟତକୁ ଦୌଡ଼ିଲେ ମିଳୁଛି ରାସନ ସାମଗ୍ରୀ। ଏପରି ଅଭିଯୋଗ ଆଣି ପଞ୍ଚାୟତ ଘେରାଉ କରିଛନ୍ତି କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ କଳିଗାଁ ପଞ୍ଚାୟତ ବଣିଆରି ଓ ମୁଡ଼ୁଲିପଦା ଗ୍ରାମବାସୀ। ସେମାନଙ୍କ ଅଭିଯୋଗ ଅନୁସାରେ ପଞ୍ଚାୟତକୁ ଚାଉଳ ଆସିଲେ ଅନ୍ୟ ୱାର୍ଡ ଗୁଡ଼ିକୁ ପ୍ରଥମେ ବଣ୍ଟନ କରି ଶେଷକୁ ଏକ ନମ୍ବର ୱାର୍ଡର ଏହି ଦୁଇଟି ଗାଁକୁ ଚାଉଳ ମିଳିଥାଏ । ବାରମ୍ବାର ପଂଚାୟତକୁ ଦୌଡ଼ିଲେ ଚାଉଳ ମିଳିଥାଏ ବୋଲି ଅଭିଯୋଗ କରିଛନ୍ତି ହିତାଧିକାରୀ । ଯାହାକୁ ନେଇ ହିତାଧିକାରୀ ମାନେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ।
ପ୍ରତିମାସରେ ମିଳୁନାହିଁ ପିଡିଏସ ଚାଉଳ । ପଞ୍ଚାୟତକୁ ବାରମ୍ବାର ଦଉଡୁଛନ୍ତି ହିତାଧିକାରୀ, ନିରାସ ହୋଇ ପଞ୍ଚାୟତ ଘେରିଲେ ହିତାଧିକାରୀ
/kanak/media/post_attachments/wp-content/uploads/2024/07/47.jpg)