ପ୍ଲାଷ୍ଟିକ ଭାବି ହିତାଧିକାରୀ ଖାଉନାହାନ୍ତି ପିଡିଏସ ଚାଉଳ। ସୁନ୍ଦରଗଡ ଜିଲ୍ଲା ଟାଙ୍ଗରପାଲି ବ୍ଲକ ଗମ୍ଭେରଡିହି ପଞ୍ଚାୟତରୁ ଆସିଲା ଅଭିଯୋଗ।

ପ୍ଲାଷ୍ଟିକ ଭାବି ହିତାଧିକାରୀ ଖାଉନାହାନ୍ତି ପିଡିଏସ ଚାଉଳ। ସୁନ୍ଦରଗଡ ଜିଲ୍ଲା ଟାଙ୍ଗରପାଲି ବ୍ଲକ ଗମ୍ଭେରଡିହି ପଞ୍ଚାୟତରୁ ଆସିଲା ଅଭିଯୋଗ।

କନକ ବ୍ୟୁରୋ: ବଜାରରେ ବିଭିନ୍ନ ସମୟରେ ପ୍ଲାଷ୍ଟିକ ଅଣ୍ଡା, ଚିନି, ଚାଉଳ ବିକ୍ରି ହେଉଥିବା ଭଳି ଖବର ସାମ୍ନାକୁ ଆସିଛି । କିନ୍ତୁ ସରକାରଙ୍କ ସାଧାରଣ ବଣ୍ଟନ ବ୍ୟବସ୍ଥାରେ ବି ହିତାଧିକାରୀଙ୍କୁ ପ୍ଲାଷ୍ଟିକ ଚାଉଳ ମିଳିଥିବା ଅଭିଯୋଗ ଆସିଛି । ଗାଁଲୋକ ଭୟରେ ସରକାର ଦେଉଥିବା ଚାଉଳ ଖାଇବା ଛାଡ଼ିଦେଇଛନ୍ତି । ଭିଜାଇଲେ ଫୁଲିଯାଉଛି, ଧରିଲେ ଅଠାଳିଆ ଲାଗୁଛି, ରାନ୍ଧିଲେ ଶୀଘ୍ର ସିଝିଯାଉଛି, ଚୋବଇଲେ ଛିଣ୍ଡୁନାହିଁ । ପିଡିଏସ ଚାଉଳକୁ ନେଇ ଏଭଳି ଅଭିଯୋଗ ଆଣିଛନ୍ତି ଖାଉଟି ।

ସୁନ୍ଦରଗଡ ଜିଲ୍ଲା ଟାଙ୍ଗରପାଲି ବ୍ଲକ ଗମ୍ଭେରଡିହି ପଞ୍ଚାୟତରୁ ଆସିଛି ଅଭିଯୋଗ । ଭଲ ଚାଉଳ ସହିତ ମିଶ୍ରିତ ଏହି ଧଳା ଚାଉଳକୁ ନେଇ ଖାଉଟିଙ୍କ ମନରେ କୋକୁଆ ଭୟ ସୃଷ୍ଟି ହୋଇଛି । ଏହି ଚାଉଳ ଦେଖିବାକୁ ଧଳା ଏବଂ ମୋଟା ସାଧାରଣ ଚାଉଳ ଠାରୁ ଭିନ୍ନ ଦିଶୁଥିବା ଏହି ଚାଉଳକୁ ନେଇ ବର୍ତମାନ ଜିଲ୍ଲା ସାରା ଚର୍ଚ୍ଚା । ପୂର୍ବରୁ ପୂରା ସଫା ଚାଉଳ ଦିଆଯାଉଥିବା ବେଳେ ଚଳିତ ଥର କିନ୍ତୁ ଖାଉଟିଙ୍କ ଚାଉଳରେ ଏହି ମିଶ୍ରିତ ଚାଉଳ ଦେଖାଦେଇଛି । ଲୋକେ ଏହି ଚାଉଳକୁ ପଞ୍ଚାୟତ କାର୍ଯ୍ୟାଳୟରୁ ଘରକୁ ନେଇ ଆସିବା ପରେ ପ୍ଲାଷ୍ଟିକ ଚାଉଳ ବୋଲି ଖାଇବା ବନ୍ଦ କରିଦେଇଛନ୍ତି।

ଖାଉଟିଙ୍କ ଅଭିଯୋଗ ପରେ ଜିଲ୍ଲା ଯୋଗାଣ ଅଧିକାରୀ କହିଛନ୍ତି ଏହା ପ୍ଲାଷ୍ଟିକ ଚାଉଳ ନୁହେଁ । ଏହା ଭିଟାମିନ ଯୁକ୍ତ ଚାଉଳ । ଶରୀରରେ ଆଇରନ ଡେଫିସିଏନସିକୁ କମାଇବା ପାଇଁ ଯୋଗାଉଛନ୍ତି ସରକାର । ଲୋକେ ନଡରି ଏହାକୁ ଖାଇବା ପାଇଁ ପରାମର୍ଶ ଦେଇଛନ୍ତି । ପ୍ରଶ୍ନ ଯଦି ପିଡିଏସ ଚାଉଳରେ ଭିଟାମିନ ଯୁକ୍ତ ଚାଉଳ ମିଶାଯାଉଛି । ତାହେଲେ ଖାଇଟିଙ୍କୁ ଅନ୍ଧାରରେ ରଖାଯାଉଛି କାହିଁକି । ସରକାରୀ ଯୋଜନାର ଫାଇଦା ଲୋକଙ୍କୁ ପ୍ରଚାରପ୍ରସାର ମାଧ୍ୟମରେ ନଜଣାଇ ଏଭଳି ଦ୍ୱନ୍ଦ୍ୱ ସୃଷ୍ଟି କରାଯାଉଛି କାହିଁକି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe