କନକ ବ୍ୟୁରୋ : ୪୮ ଦିନ, ୪୬ ମ୍ୟାଚ୍, ୧୦ ଟିମ୍, ୧୦ ମଇଦାନ । ପ୍ରାଣମୂର୍ଚ୍ଚା ଲଢେଇ, ତା ପରେ ଯାଇ ଆସିବ ବିଶ୍ୱକପ୍ । ଆରମ୍ଭ ହେବ ବିଶ୍ୱକପ୍ । କ୍ରିକେଟ ବିଶ୍ୱକପ୍ ଆରମ୍ଭ ହୋଇଛି । ଉଦଘାଟନୀ ମ୍ୟାଚରେ ନ୍ୟୁଜିଲାଣ୍ଡ ଟସ୍ ଜିତିଛି । ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଇଛି ନ୍ୟୁଜିଲାଣ୍ଡ । ପ୍ରଥମେ ଇଂଲଣ୍ଡ ବ୍ୟାଟିଂ କରିବ ।

Advertisment

ଭାରତୀୟ ଉପମହାଦେଶରେ ଧର୍ମ ପାଲଟିଯାଇଥିବା କ୍ରିକେଟର ବିଶ୍ୱକପ୍ । ଆୟୋଜକ ଭାରତ, ୫ ଥରର ଚାମ୍ପିଅନ୍ ଅଷ୍ଟ୍ରେଲିଆ, ଡିଫେଣ୍ଡିଂ ଚାମ୍ପିଅନ୍ ଇଂଲଣ୍ଡ, ଗତ ଦୁଇଥରର ରନର୍ସଅପ୍ ନ୍ୟୁଜିଲାଣ୍ଡ, ଦୁର୍ଦ୍ଧର୍ଷ ଦକ୍ଷିଣଆଫ୍ରିକା, ପୂର୍ବ ଚାମ୍ପିଅନ୍ ପାକିସ୍ତାନ, ଶ୍ରୀଲଙ୍କା ସମସ୍ତେ ଏଥର ବିଶ୍ୱକପର ଜଣେ ଜଣେ ଦାବିଦାର । ଟି- ୨୦ର ପ୍ରାଧାନ୍ୟ ଭିତରେ ଦିନିକିଆର ବିଶ୍ୱକପ୍ର ଉକ୍ରଣ୍ଠା ଏବେ ଚରମ ସୋପାନରେ । ଗତଥରର ବିଶ୍ୱକପ୍ ଉଦ୍ୟାପନୀ ମ୍ୟାଚ୍ ଯେଉଁଠି ସରିଥିଲା, ଠିକ୍ ସେଇଠୁ ଆରମ୍ଭ ହେଉଛି ଚଳିତ ବିଶ୍ୱକପ୍ ।

ଅର୍ଥାତ୍ ୨୦୧୯ର ଦୁଇ ଫାଇନାଲିଷ୍ଟ ଇଂଲଣ୍ଡ ଓ ନ୍ୟୁଜିଲାଣ୍ଡ ଭିତରେ ୨୦୨୩ର ଉଦଘାଟନୀ ମୁକାବିଲା । ସ୍ଥାନ-ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମ୍ । ଭାରତ ଆଜି ଖେଳୁନଥିଲେ ମଧ୍ୟ ଲକ୍ଷେ ୪୩ ହଜାର ଦର୍ଶକଙ୍କ କୋଳାହଳରେ ଫାଟି ପଡୁଛି ଷ୍ଟାଡିୟମ୍ । ସଂଯୋଗ ଦେଖନ୍ତୁ- ଏହି ସ୍ଥାନରେ, ଏହି ଦୁଇ ଦଳ ଖେଳି ଆରମ୍ଭ କରିଥିଲେ ୧୯୯୬ ବିଶ୍ୱକପ୍ । ଗତ ୩ଟି ବିଶ୍ୱକପ୍, ଆୟୋଜକ ଦଳ ଜିତି ଆସୁଥିବାରୁ ଏଥରର ଆୟୋଜନ ଭାରତ ଉପରେ ଆଶା ଓ ଚାପ ସବୁଠୁ ଅଧିକ । ବ୍ୟାଟ୍-ବଲ୍ର ଲଢ଼େଇ, ଛକା-ଚୌକାର ବର୍ଷା, ହାର-ଜିତକ ବାଜି ଭିତରେ ଆଗାମୀ ୪୮ ଦିନ ପର୍ଯ୍ୟନ୍ତ ଆମେ ସମସ୍ତେ ହଜିଯିବା ପାଇଁ ବାଧ୍ୟ ହେବା ।

୨୦୧୯ ବିଶ୍ୱକପର ରୋମାଂଚକର ଫାଇନାଲ

- ନ ହାରି ବି ବିଶ୍ୱକପ୍ ଟ୍ରଫି ହାତେଇ ପାରିନଥିଲା ନ୍ୟୁଜିଲାଣ୍ଡ
- ବିଶ୍ୱକପରେ ଏପରି ମ୍ୟାଚ୍ କେବେବି ଦେଖିବାକୁ ମିଳିନଥିଲା
- ଆଇସିସିର ବିବାଦୀୟ ନିୟମ ପାଇଁ ହାରି ଯାଇଥିଲା ନ୍ୟୁଜିଲାଣ୍ଡ
- ବାଉଣ୍ଡାରୀ ଆଧାରରେ ବିଶ୍ୱ ଚାମ୍ପିଅନ୍ ହୋଇଥିଲା ଇଂଲଣ୍ଡ
- ନ୍ୟୁଜିଲାଣ୍ଡ ପ୍ରଥମେ ବ୍ୟାଟିଂ କରି ୮ ୱିକେଟ୍ରେ କରିଥିଲା ୨୪୧
- ୨୪୨ ରନ୍ର ବିଜୟ ଲକ୍ଷ ନେଇ ଖେଳିଥିଲା ଇଂଲଣ୍ଡ
- ଶେଷ ଓଭରରେ ବିଜୟ ପାଇଁ ଆବଶ୍ୟକ ଥିଲା ୧୫ ରନ୍
- ଦଳ ୧୪ ରନ୍ କରିବାରୁ ମ୍ୟାଚ୍ ଟାଇ ହେବା ସହ ସୁପର ଓଭରକୁ ଯାଇଥିଲା
- ବେନ୍ ଷ୍ଟୋକ୍ସ ୮୪ ରନ୍ କରି ଅପରାଜିତ ରହିଥିଲେ
- ସୁପର ଓଭରରେ ବି ଦେଖିବାକୁ ମିଳିଥିଲା ସୁପର ରୋମାଂଚ
- ପ୍ରଥମେ ବ୍ୟାଟିଂ କରି ଇଂଲଣ୍ଡ କରିଥିଲା ୧୪ ରନ୍
- ୧୫ ରନ୍ କରିଥିଲେ ପ୍ରଥମ ଥର ବିଶ୍ୱ ବିଜୟୀ ହୋଇଥାନ୍ତା ନ୍ୟୁଜିଲାଣ୍ଡ
- ହେଲେ ଦଳ ୧୪ ରନ୍ କରିବା ସୁପର ଓଭର ମଧ୍ୟ ଟାଇ ହୋଇଥିଲା
- ହେଲେ ଫଳାଫଳ ଆସିଥିଲା ବିଚିତ୍ର ନିୟମରେ
- ଅଧିକ ବାଉଣ୍ଡାରୀ ମାରିଥିବାରୁ ଇଂଲଣ୍ଡକୁ ଚାମ୍ପିଅନ୍ ଘୋଷଣା କରାଯାଇଥିଲା
- ମ୍ୟାଚ୍ରେ ନ୍ୟୁଜିଲାଣ୍ଡ ୨ଟି ଛକ୍କା ଓ ୧୪ଟି ଚୌକା ମାରିଥିଲା
- ଆଉ ଇଂଲଣ୍ଡ ମାରିଥିଲା ୨ଟି ଛକ୍କା ଓ ୨୨ଟି ଚୌକା
- ଆଇସିସିର ଏପରି ନିୟମକୁ ନେଇ ଦେଖାଦେଇଥିଲା ବିବାଦ

ଭାରତରେ ବିଶ୍ୱକପ୍

- ପୂର୍ବରୁ ତିନି ଥର ବିଶ୍ୱକପ୍ ଆୟୋଜନ କରିଛି ଭାରତ
- ୧୯୮୭, ୧୯୯୬ ଓ ୨୦୧୧ରେ ଭାରତରେ ହୋଇଥିଲା ବିଶ୍ୱକପ୍
- ହେଲେ ତିନି ଥର ପଡୋଶୀ ଦେଶଙ୍କ ସହ ସହ-ଆୟୋଜକ ଥିଲା ଭାରତ
- ପ୍ରଥମ ଥର ପାଇଁ ଚଳିତ ଥର ଏକାକୀ ଭାରତ ଅଛି ଆୟୋଜକ
- ୧୯୮୭ରେ ଭାରତ ସେମିଫାଇନାଲରେ ଇଂଲଣ୍ଡଠୁ ପରାସ୍ତ ହୋଇଥିଲା
- ୧୯୯୬ରେ ସେମିରେ ଶ୍ରୀଲଙ୍କାଠୁ ହାରି ବିଶ୍ୱକପ୍ ଦୌଡରୁ ବାଦ୍ ପଡ଼ିଥିଲା
- ଇଡେନ୍ ଗାର୍ଡେନ୍ରେ ଦର୍ଶକଙ୍କ ପୋଡାଜଳା ପାଇଁ ଅଧାରୁ ବନ୍ଦ ହୋଇଥିଲା ମ୍ୟାଚ୍
- ରନ୍ ଦୃଷ୍ଟିରୁ ବିଜୟୀ ହୋଇ ଫାଇନାଲକୁ ଯାଇ ଚାମ୍ପିଅନ୍ ହୋଇଥିଲା ଶ୍ରୀଲଙ୍କା
- ୨୦୧୧ରେ କିନ୍ତୁ ୨୮ ବର୍ଷ ପ୍ରତିକ୍ଷାର ଅନ୍ତ ହୋଇଥିଲା
- ଫାଇନାଲରେ ଶ୍ରୀଲଙ୍କାକୁ ହରାଇ ଚାମ୍ପିଅନ୍ ହୋଇଥିଲା ଭାରତ
- ସେବେଠାରୁ ଆୟୋଜକ ଦେଶ ଚାମ୍ପିଅନ୍ ହୋଇ ଆସୁଛନ୍ତି
- ୨୦୧୫ରେ ବିଶ୍ୱ ଚାମ୍ପିଅନ୍ ହୋଇଥିଲା ଆୟୋଜକ ଅଷ୍ଟ୍ରେଲିଆ
- ୨୦୧୯ରେ ଚାମ୍ପିଅନ୍ ହୋଇଥିଲା ଆୟୋଜକ ଇଂଲଣ୍ଡ
- ଗତ ଦୁଇଟି ବିଶ୍ୱକପ୍ରେ ଫାଇନାଲକୁ ଯାଇ ରର୍ନ୍ସ ଅଫ୍ ହୋଇଛି ନ୍ୟୁଜିଲାଣ୍ଡ
- ଏଥର ଆୟୋଜକ ଦେଶ ଭାବେ ଭାରତ ଚାମ୍ପିଅନ୍ ହେବା ଆଶା ଓ ଚାପ ଅଧିକ