କନକ ବ୍ୟୁରୋ : ବାହାର ରାଜ୍ୟକୁ ଚାଲାଣ ବେଳେ ୩୨ ଦାଦନ ଶ୍ରମିକ ଉଦ୍ଧାର । ବଲାଙ୍ଗୀର ବେଲପଡା ପୋଲିସ ମଣ୍ଡଳ ଗାଁ ନିକଟରୁ ୩୨ ଜଣ ଦାଦନ ଶ୍ରମିକଙ୍କୁ ଉଦ୍ଧାର କରିଛି । ଉଦ୍ଧାର ସମସ୍ତ ଶ୍ରମିକ ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼ ଅଂଚଳ ମହୁଳପଡାର ବୋଲି ଜଣାପଡିଛି । ସେମାନଙ୍କ ମଧ୍ୟରେ ୯ ଜଣ ପୁରୁଷ, ୧୨ ମହିଳା ଓ ୧୧ ଜଣ ଶିଶୁ ଥିବା ଜଣାପଡିଛି । ଦାଦନ ଶ୍ରମିକଙ୍କୁ ଚାଲାଣ କରୁଥିବା ୨ ସର୍ଦାରଙ୍କୁ ବେଲପଡା ପୋଲିସ ଅଟକ ରଖିଛି । ସେହିପରି ଯେଉଁ ଦୁଇଟି ବଲେରୋରେ ଶ୍ରମିକଙ୍କୁ ନିଆଯାଉଥିଲା, ସେହି ଦୁଇଟି ଗାଡିକୁ ପୁଲିସ ଜବତ କରି ଅଧିକ ତଦନ୍ତ ଚଲାଉଛି । ଅନ୍ୟପଟେ ଉଦ୍ଧାର ହୋଇଥିବା ଶ୍ରମିକ ମାନେ କାମ ଧନ୍ଦା ନ ମିଳିବାରୁ ବାହାର ରାଜ୍ୟକୁ କାମ କରିବାକୁ ଯାଉଥିବା କହିଛନ୍ତି । ପୋଲିସ ଦାଦନ ସର୍ଦ୍ଦାରଙ୍କ କବଲରୁ ଶ୍ରିମିକଙ୍କୁ ଉଦ୍ଧାର କରି ନିଜ ନିଜ ଗାଁକୁ ପଠାଇ ଦେଇଛି ।
ବାହାର ରାଜ୍ୟକୁ ଚାଲାଣ ବେଳେ ୩୨ ଶ୍ରମିକଙ୍କୁ ଉଦ୍ଧାର କଲା ବେଲପଡା ପୁଲିସ । ଦାଦନ ସର୍ଦ୍ଦାର ଗିରଫ, ଦୁଇ ବଲୋରେ ଜବତ
/kanak/media/post_attachments/wp-content/uploads/2022/11/arrest-generic_650x400_71463458726.jpg)