ତଳମୁହାଁ କରୋନା ଗ୍ରାଫ : ୩୦ଜିଲ୍ଲାରୁ ୧୯୮୨ଜଣ କରୋନା ଆକ୍ରାନ୍ତ ଚିହ୍ନଟ ; ସଂଗରୋଧରୁ ୧୧୫୬ ଜଣ ଚିହ୍ନଟ ହୋଇଥିବା ବେଳେ ସ୍ତାନୀୟ ଅଂଚଳରୁ ୮୨୬ ଜଣ ଚିହ୍ନଟ

ରାଜ୍ୟରେ ଆଉ ୧୨୨୦ ପଜିଟିଭ ଚିହ୍ନଟ,୧୫ ମୃତ : ସଙ୍ଗରୋଧରୁ ୭୦୩ ଓ ସ୍ଥାନୀୟ ଅଞ୍ଚଳରୁ ୫୧୭; ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩,୦୫,୦୦୦ କୁ ବୃଦ୍ଧି

କନକ ବ୍ୟୁରୋ : ରାଜ୍ୟରେ ଲଗାତାର କିଛିଦିନ ହେବ ସଂକ୍ରମଣ ସଂଖ୍ୟା କମିବାରେ ଲାଗିଛି । ଗତ ୨୪ ଘଂଟାରେ ରାଜ୍ୟରେ ୧୯ଶହ ୮୨ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସଂଗରୋଧରୁ ୧୧ଶହ ୫୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସ୍ତାନୀୟ ଅଂଚଳରୁ ୮୨୬ ଜଣ ଚିହ୍ନଟ ହୋଇଛନ୍ତି । ଦୈନିକ ସଂକ୍ରମିତରେ ଖୋର୍ଦ୍ଧା ଜିଲ୍ଲା ପ୍ରଥମରେ ରହିଛି ।

ଖୋର୍ଦ୍ଧାରୁ ୩୦୦ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ କଟକରୁ ୧୪୫, ଅନୁଗୁଳରୁ ୧୧୯, ମୟୂରଭଂଜରୁ ୧୦୭ ଜଣ ଆକ୍ରାନ୍ତ ସଂକ୍ରମିତ ହୋଇଛନ୍ତି । ଆଜିର ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ୨ ଲକ୍ଷ ୭୦ ହଜାର ୩୪୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୨ ଲକ୍ଷ ୪୬ ହଜାର ୮୩୭ ଜଣ କରୋନାରୁ ସୁସ୍ଥ ହୋଇଥିବା ବେଳେ ଏବେ ଚିକିତ୍ସିତ ହେଉଛନ୍ତି ୨୨ ହଜାର ୩୦୪ଜଣ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe