ତଳମୁହାଁ କରୋନା ଗ୍ରାଫ : ୩୦ଜିଲ୍ଲାରୁ ୧୯୮୨ଜଣ କରୋନା ଆକ୍ରାନ୍ତ ଚିହ୍ନଟ ; ସଂଗରୋଧରୁ ୧୧୫୬ ଜଣ ଚିହ୍ନଟ ହୋଇଥିବା ବେଳେ ସ୍ତାନୀୟ ଅଂଚଳରୁ ୮୨୬ ଜଣ ଚିହ୍ନଟ

268

କନକ ବ୍ୟୁରୋ : ରାଜ୍ୟରେ ଲଗାତାର କିଛିଦିନ ହେବ ସଂକ୍ରମଣ ସଂଖ୍ୟା କମିବାରେ ଲାଗିଛି । ଗତ ୨୪ ଘଂଟାରେ ରାଜ୍ୟରେ ୧୯ଶହ ୮୨ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସଂଗରୋଧରୁ ୧୧ଶହ ୫୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସ୍ତାନୀୟ ଅଂଚଳରୁ ୮୨୬ ଜଣ ଚିହ୍ନଟ ହୋଇଛନ୍ତି । ଦୈନିକ ସଂକ୍ରମିତରେ ଖୋର୍ଦ୍ଧା ଜିଲ୍ଲା ପ୍ରଥମରେ ରହିଛି ।

ଖୋର୍ଦ୍ଧାରୁ ୩୦୦ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ କଟକରୁ ୧୪୫, ଅନୁଗୁଳରୁ ୧୧୯, ମୟୂରଭଂଜରୁ ୧୦୭ ଜଣ ଆକ୍ରାନ୍ତ ସଂକ୍ରମିତ ହୋଇଛନ୍ତି । ଆଜିର ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ୨ ଲକ୍ଷ ୭୦ ହଜାର ୩୪୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୨ ଲକ୍ଷ ୪୬ ହଜାର ୮୩୭ ଜଣ କରୋନାରୁ ସୁସ୍ଥ ହୋଇଥିବା ବେଳେ ଏବେ ଚିକିତ୍ସିତ ହେଉଛନ୍ତି ୨୨ ହଜାର ୩୦୪ଜଣ ।