ନ୍ୟାୟ ପାଇଁ ପ୍ରେମିକ ଦୁଆରେ ପ୍ରେମିକା । ବିବାହର ପ୍ରତିଶୃତି ଦେଇ ଠକିଦେଲା ପ୍ରେମିକ ।

446

କନକ ବ୍ୟୁରୋ: ବିବାହର ପ୍ରତିଶୃତି ଦେଇ ଠକିଦେଲା ପ୍ରେମିକ । ନ୍ୟାୟ ପାଇଁ ପ୍ରେମିକ ଘର ଆଗରେ ପ୍ରେମିକାର ଧାରଣା । ଘର ଆଗରେ ପ୍ରେମିକା ଧାରଣା ଦେଇଥିବାବେଳେ ପ୍ରେମିକ ଘର ଛାଡି ଫେରାର ହୋଇଯାଇଛି । ଘଟଣା ସମ୍ପର୍କରେ ଖବର ପାଇ ପୁଲିସ ପହଞ୍ଚି ଯାଞ୍ଚ କରୁଥିବା ଜଣାପଡିଛି ।
ନବରଙ୍ଗପୁର ପାପଡାହାଣ୍ଡି ଚାନ୍ଦିଲି ଗାଁରେ ଘଟିଛି ଏଭଳି ଘଟଣା ।

ଯୁବତୀଙ୍କ କହିବା ଅନୁସାରେ ଗତ ୯ ମାସ ହେବ ଦୁହିଁଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢିଉଠିଥିବାବେଳେ ଦୁହେଁ ତାମିଲନାଡୁ ଯାଇ ସେଠାରେ ପାଖାପାଖି ୩ ମାସ ରହିଥିଲେ । ଯୁବକ ଜଣକ ତାଙ୍କୁ ତାମିଲନାଡୁରେ ଛାଡି ଘରକୁ ପଳାଇଆସିଥିଲେ । ବାପା , ମା’ଙ୍କୁ ବୁଝାଇ ତାଙ୍କୁ ଘରକୁ ନେବା ସହ ବିବାହ କରିବାକୁ କହିଥିଲେ ବି ଆଉ ଫେରିନଥିଲେ । ଏବେ ପ୍ରେମିକା ତାଙ୍କ ଘର ସାମ୍ନାରେ ବସିଥିବାବେଳେ ଧରାଛୁଆଁ ଦେଉନି ପ୍ରେମିକ ।