କନକ ବ୍ୟୁରୋ: ଜୀବନ ଓ କାର୍ଯ୍ୟର ଚାପ ମଧ୍ୟରେ ଭାରସାମ୍ୟ ରକ୍ଷା ବିଷୟରେ ସାରା ବିଶ୍ୱରେ ଏକ ଚର୍ଚ୍ଚାର ପ୍ରସଙ୍ଗ ପାଲଟିଛି । ଆଉ ଏହାକୁ ନେଇ ସାପ୍ତାହିକ କାମର ସମୟ କମାଇବାକୁ ବିଭିନ୍ନ ଦେଶ ନିଷ୍ପତି ନେବା ଆରମ୍ଭ କଲେଣି । ଏବେ ଏଥିରେ ନୂଆକରି ଯୋଡ଼ି ହୋଇଛି ବେଲଜିୟମ । ବେଲଜିୟମରେ ଏବେ ସାପ୍ତାହିକ କାମର ସମୟ କମିବାକୁ ଯାଉଛି । କାରଣ କର୍ମଚାରୀମାନଙ୍କୁ ସପ୍ତାହରେ କେବଳ ୪ ଦିନ କାମ କରିବାକୂୁ ହେବ । ଏନେଇ ଏକ ନୂଆ ଶ୍ରମ ନିୟମକୁ ମଞ୍ଜୁରୀ ଦେଇଛନ୍ତି ବେଲଜିୟମ ସରକାର । ଏହି ନିୟମ ଅନୁସାରେ...

Advertisment
  • ସପ୍ତାହକୁ ୪ ଦିନ କାମ କରିବେ କର୍ମଚାରୀ
  • ଏଥିପାଇଁ କର୍ମଚାରୀଙ୍କୁ ଏକ ଲିଖିତ ହଁ ଭରିବାକୁ ପଡ଼ିବ
  • ପ୍ରତିଦିନ ୮ ଘଣ୍ଟା ବଦଳରେ ୧୦ ଘଣ୍ଟା କାମ କରିବାକୁ ହେବ
  • ଗୋଟିଏ ସପ୍ତାହରେ ଅଧିକ କାମ କରି ଅନ୍ୟ ସପ୍ତାହରେ ଅଧିକ ଛୁଟି ନେଇପାରିବେ
  • ନିଜ ସୁବିଧା ମୁତାବକ କାର୍ଯ୍ୟ ସମୟ ପାଇଁ କର୍ମଚାରୀ ଅନୁରୋଧ କରିପାରିବେ
  • କାମ ସମୟ ପରେ ଅଫିସରୁ ଯାଉଥିବା ଫୋନ କଲ ଓ ମେସେଜକୁ ମଧ୍ୟ ଅଣଦେଖା କରିପାରିବେ
  • ଯେଉଁ ସବୁ ସଂସ୍ଥାରେ ଅତିକମରେ ୨୦ ଜଣ କର୍ମଚାରୀ ଥିବେ, ସେଠି ନୂଆ ନିୟମ ଲାଗୁ ହେବ

ତେବେ ସପ୍ତାହକୁ ୪ ଦିନିଆ କାମ ଘୋଷଣା କରିବାରେ ବେଲଜିୟମ ପ୍ରଥମ ଦେଶ ନୁହେଁ । ଗତବର୍ଷ ଡିସେମ୍ବରରେ ଏପରି ଘୋଷଣା କରିବାରେ ପ୍ରଥମ ଦେଶ ପାଲଟିଥିଲା ୟୁନାଇଟେଡ୍ ଆରମ୍ଭ ଏମିଟ୍ସେ୍ । ନଜର ପକାନ୍ତୁ କେଉଁ କେଉଁ ଦେଶରେ ସପ୍ତାହକୁ ୪ ଦିନିଆ କାମର ନିୟମ ରହିଛି ।

  • ଆଇସଲ୍ୟାଣ୍ଡରେ ୪ ଦିନିଆ କାମ ପାଇଁ ୨୦୧୫ରୁ ୨୦୧୯ ମଧ୍ୟରେ ପରୀକ୍ଷାମୂଳକ ପ୍ରୟାସ କରାଯାଇଥିଲା
  • ଏବେ ସେଠାରେ ୮୬% କର୍ମଚାରୀ ନିଜ ସୁବିଧା ଅନୁସାରେ ସପ୍ତାହକୁ ୪ ଦିନ କାମ କରୁଛନ୍ତି
  • ସ୍ପେନ, ସ୍କଟଲ୍ୟାଣ୍ଡ ଓ ଜାପାନ ସାପ୍ତାହିକ କାମର ସମୟ କମାଇବାକୁ ଘୋଷଣା କରିଛନ୍ତି
  • ୟୁଏଇ ଗତବର୍ଷରୁ ଏହି ନିୟମ ଲାଗୁ କରିସାରିଛି

ସାରା ବିଶ୍ୱରେ କରୋନା ବ୍ୟାପିବା ପରେ ଘରୁ ରହି କାମ କରିବାର ଚାହିଦା ବଢ଼ିଥିଲା । ତେବେ କୋଭିଡ ସ୍ଥିତି କର୍ମଚାରୀଙ୍କ ମାନସିକ ଚାପ ବଢ଼ାଉଥିବା ବିଭିନ୍ନ ସର୍ଭେରୁ ତଥ୍ୟ ମିିଳିସାରିଛି । ତେଣୁ ପରିବାର ଓ କାମ ମଧ୍ୟରେ ତାଳମେଳ ରଖି କର୍ମଚାରୀଙ୍କ ମାନସିକ ଚାପକୁ କମାଇବାକୁ ପ୍ରୟାସ କରାଯାଉଛି ।