କନକ ବ୍ୟୁରୋ: ବାଲେଶ୍ୱର ବସ୍ତା ବ୍ଲକ ଅନ୍ତର୍ଗତ ବେଲଗାଁ । ଗାଁରେ ୭୫ଟି ପରିବାର ରହୁଥିବା ବେଳେ ୪-୫ଟି ପରିବାରକୁ ଛାଡି ଦେଲେ ଅନ୍ୟମାନଙ୍କୁ ଆବାସ ଯୋଜନାରେ ପକ୍କା ଘର ଖଣ୍ଡିଏ ମିଳିନାହିଁ । ତେଣୁ ପଲିଥିନ୍ ଟଣା କୁଡିଆ ଭିତରେ ରହୁଛନ୍ତି ପିଲାଛୁଆ । କେବଳ ବାସ ସମସ୍ୟା ନୁହେଁ, ପିଇବା ପାଣି, ରାସ୍ତା, ଶିକ୍ଷା ଓ ସ୍ୱାସ୍ଥ୍ୟ ଭଳି ମୌଳିକ ସୁବିଧାରୁ ବଂଚିତ ବେଲଗାଁ ବାସିନ୍ଦା ।

Advertisment

ସ୍ୱାଧୀନତାର ୭୫ ବର୍ଷ ପରେ ବିକାଶ ଠାରୁ ବହୁ ଦୂରରେ ସରକାରୀ ଭାବେ ଆଦର୍ଶ ଗାଁର ମାନ୍ୟତା ପାଇଥିବା ବେଲଗାଁ । ପାଠପଢିବା ପାଇଁ ଗାଁରେ ବହୁ ପୁରୁଣା ବିଦ୍ୟାଳୟ ଅଛି । ପ୍ରାଥମିକ ବିଦ୍ୟାଳୟର କାନ୍ଥ ଫାଟିଯାଇଛି, ସେହିଭଳି ଉଚ୍ଚ ବିଦ୍ୟାଳୟଟି ସଂପୂର୍ଣ୍ଣ ଭାଙ୍ଗି ଯାଇଥିବାରୁ ଆମ ଗାଁ ଆମ ବିକାଶ ଘରେ ପାଠପଢା ଚାଲିଛି । ସେଠାକୁ ଯିବା ପାଇଁ ରାସ୍ତା ନାହିଁ, ତେଣୁ ବର୍ଷା ହେଲେ ପାଠ ପଢିବା ପାଇଁ ସଂଘର୍ଷ କରନ୍ତି ଛାତ୍ରଛାତ୍ରୀ । ସରକାର ଏହି ଅଭିଶପ୍ତ ଗାଁ ଉପରେ ଶୁଭ ଦୃଷ୍ଟି ଦେଇ ମୌଳିକ ସୁବିଧା ଯୋଗଇ ଦେଲେ ଗ୍ରାମବାସୀ ବିତାଉଥିବା ଅନ୍ଧାରି ମୁଲକରୁ ମୁକୁଳି ପାରନ୍ତେ ।