ରାଜଧାନୀ ଦିଲ୍ଲୀରେ ବେକାବୁ କରୋନା : ୨୪ଘଣ୍ଟାରେ ୧୧୮ ମୃତ, ୬ହଜାର ୬ଶହ ୮ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ

123

କନକ ବ୍ୟୁରୋ : ରାଜଧାନୀ ଦିଲ୍ଲୀରେ ବେକାବୁ କରୋନା ।  ରାଜଧାନୀ ଦିଲ୍ଲୀରେ ପ୍ରତିଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ନୂଆ ନୂଆ ରେକର୍ଡ଼ ଭାଙ୍ଗୁଛି । ପରିସ୍ଥିତି ଏପରି ହୋଇଛି ଦିଲ୍ଲୀ ଏନସିଆର ଅଂଚଳରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳିଛି । ନୋଏଡ଼ା ଗୁରୁଗ୍ରାମ ସୀମାରେ ର୍ୟାଣ୍ଡମ ଟେଷ୍ଟିଂ କରାଯାଉଉଛି । କରୋନା କାରଣରୁ ଦିଲ୍ଲୀରେ ମୃତକଙ୍କ ସଂଖ୍ୟା ୮ହଜାର ୧୫୯ରେ ପହଂଚିଛି । ୨୪ଘଂଟା ଭିତରେ ଦିଲ୍ଲୀରେ ୧୧୮ଜଣଙ୍କର ଜୀବନ ନେଇଛି କରୋନା । ସେହିପରି ୨୪ ଘଂଟା ଭିତରେ ୬ହଜାର ୬ଶହ ୮ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ନୂଆ ଆକ୍ରାନ୍ତଙ୍କୁ ମିଶାଇ ଦିଲ୍ଲୀରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୫ଲକ୍ଷ ୧୭ହଜାରକୁ ବୃ୍ଦ୍ଧି ପାଇଛି । ସେପଟେ କରୋନା ସଂକ୍ରମଣକୁ ନିୟନ୍ତ୍ରଣ କରିବା ପାଇଁ ଦିଲ୍ଲୀ ସରକାର ମାସ୍କ ପିନ୍ଧିବାକୁ ବାଧ୍ୟତାମୁଳକ କରିଛନ୍ତି । ମାସ୍କ ନପିନ୍ଧିଲେ ଦୁଇ ହଜାର ଟଙ୍କା ଜରିମାନା ଲାଗୁ କରାଯାଇଛି । ସେହିପରି କରୋନା ଚିକିତ୍ସା ପାଇଁ ହସ୍ପିଟାଲରେ ଆଇସିୟୁ ଏବଂ ଅନ୍ୟାନ ସୁବିଧା କାମ୍ ଜୋରଦାର କରାଯାଇଛି । ଦିଲ୍ଲୀରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବା ସହ ମୃତକଙ୍କ ସଂଖ୍ୟା ବଢୁଥିବାରୁ ଏହା ବେଶି ଚିନ୍ତାର କାରଣ ପାଲଟିଛି ।