ବେକାବୁ ହେଉଛି କରୋନା । ଆଜି ପୁଣି ୨ ଜଣଙ୍କ ଜୀବନ ନେଲା କରୋନା

712

କନକ ବ୍ୟୁରୋ : ରାଜ୍ୟରେ କରୋନା ନେଲା ଆଉ ୨ ଜୀବନ । ଜଣେ ମୃତକ ଗଂଜାମ ଜିଲ୍ଲାରୁ ଏବଂ ଆଉ ଜଣେ ଅନୁଗୁଳ ଜିଲ୍ଲାରୁ ହୋଇଥିବା ସୂଚନା ଦେଇଛନ୍ତି ରାଜ୍ୟ ସରକାର । ଗଂଜାମ ଜିଲ୍ଲାରୁ ମୃତକ ଜଣକ ୪୯ ବର୍ଷର ପୁରୁଷ ଏବଂ ଅନୁଗୁଳରେ ମୃତକ ୫୭ ବର୍ଷୀୟ ପୁରୁଷ ବୋଲି ଜଣାପଡିଛି ।

ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ମୃତ୍ୟୁ ସଂଖ୍ୟା ୨୭ କୁ ପହଁଚିଛି । ଆଉ ଜଣଙ୍କ ମୃତ୍ୟୁ ସହିତ ଗଂଜାମ ଜିଲ୍ଲାରେ ମୋଟ୍ କରୋନା ମୃତ୍ୟୁ ସଂଖ୍ୟା ୧୫କୁ ବଢି ଯାଇଛି । ସେପଟେ ଅନୁଗୁଳ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଇଛି କରୋନା ।