୮୮ ବର୍ଷରେ ପାଦ ଥାପିଲେ ଏହି ପ୍ରସିଦ୍ଧ ଜ୍ୟୋତିଷ ! ସଞ୍ଜୟ ଗାନ୍ଧିଙ୍କ ମୃତ୍ୟୁର ଭବିଷ୍ୟବାଣୀ କରି ଚର୍ଚ୍ଚାକୁ ଆସିଥିଲେ ଜ୍ୟୋର୍ତିବିତ୍ ବେଜନ୍ ଦାରୁୱାଲା

391

ଭାରତର ପ୍ରସିଦ୍ଧ ଜ୍ୟୋତିଷ ବେଜନ୍ ଦାରୁୱାଲାଙ୍କ ଆଜି ହେଉଛି ଜନ୍ମଦିନ । ୮୮ ବର୍ଷରେ ପାଦ ଥାପିଛନ୍ତି ଏହି ପ୍ରସିଦ୍ଧ ଜ୍ୟୋତିଷ । ୧୧ ଜୁଲାଇ ୧୯୩୧ ରେ ଏକ ପାର୍ସି ପରିବାରରେ ମାୟାନଗରୀ ମୁମ୍ବାଇରେ ଜନ୍ମ ନେଇଥିଲେ ବେଜନ୍ ଦାରୁୱାଲା । ସଠିକ୍ ଏବଂ ବିଚକ୍ଷଣ ଭବିଷ୍ୟବାଣୀରେ ସେ ଅନେକ ଥର ଚର୍ଚ୍ଚା ସାଉଁଟିଛନ୍ତି । ଇନ୍ଦିରା ଗାନ୍ଧୀଙ୍କ ସାନପୁଅ ସଂଜୟ ଗାନ୍ଧୀଙ୍କ ମୃତ୍ୟୁର ଭବିଷ୍ୟବାଣୀ ମଧ୍ୟ ବେଜନ୍ ଦାରୁୱାଲା ହିଁ କରିଥିଲେ । ଏହାସହ ରାଜନୀତି ସହ ଜଡିତ ଥିବା ସଠିକ୍ ଭବିଷ୍ୟବାଣୀ ପାଇଁ ମଧ୍ୟ ସେ ଖୁବ୍ ଜଣାଶୁଣା ।

ଗତଥର ଭାରତୀୟ ଜନତା ପାର୍ଟି ସରକାରରେ ଶାସନ କରିବାର ଭବିଷ୍ୟବାଣୀ ମଧ୍ୟ ବେଜନ୍ ଦାରୁୱାଲା ହିଁ କରିଥିଲେ । କେବଳ ରାଜନୀତି ନୁହଁ ବିଭିନ୍ନ କ୍ଷେତ୍ର ଯେମିତି କି କାରଗିଲ୍ ଯୁଦ୍ଧ ଏବଂ ଗୁଜରାଟ ଭୁମିକମ୍ପର ଭବିଷ୍ୟବାଣୀ ମଧ୍ୟ ଦାରୁୱାଲା ହିଁ କରିଥିଲେ । ୨୦୦୪ ରେ କଂଗ୍ରେସ ସରକାରକୁ ଆସିବା ପୂର୍ବରୁ ହିଁ ଭବିଷ୍ୟବାଣୀ କରି ମନମୋହନ ସିଂହ ପ୍ରଧାନମନ୍ତ୍ରୀ ହେବା କଥା ପ୍ରଘଟ କରିଥିଲେ ଦାରୁୱାଲା । କିଛି କିଛି କ୍ଷେତ୍ରରେ ତାଙ୍କ ଜ୍ୟୋତିଷବାଣୀ ଫେଲ୍ ମଧ୍ୟ ମାରିଛି ।

୨୦୦୩ ରେ ଦକ୍ଷିଣ ଆଫ୍ରିକା ବିଶ୍ୱକପ୍ ଜିତିବାକୁ ନେଇ ସେ ଭବିଷ୍ୟବାଣୀ କରିଥିଲେ କିନ୍ତୁ ଅଷ୍ଟ୍ରେଲିୟା ୩ ୟ ଥର ପାଇଁ ବିଶ୍ୱକପ୍ ବିଜେତା ହୋଇଥିଲା । ଅନ୍ୟପକ୍ଷରେ ୨୦୦୭ ରେ ଭାରତ ବିଶ୍ୱକପ୍ ବିଜେତା ହେବ ଏବଂ ରାହୁଲ୍ ଦ୍ରାବିଡ ଏବଂ ମୁନାଫ୍ ପଟେଲ୍ ପ୍ଲେୟର୍ ଅଫ୍ ଦ ଟୁର୍ଣ୍ଣାମେଣ୍ଟ୍ ଜିତିବା କଥା ମଧ୍ୟ ସେ କହିଥିଲେ କିନ୍ତୁ ସେହିବର୍ଷ ଭାରତ ବିଶ୍ୱକପ୍ ରୁ ଶୀଘ୍ର ବାହାରକୁ ବାହାରି ପଡିଥିଲା ।